Odisha Link
Bridging the Missing Links in Odisha

ଜଙ୍ଗଲରେ ନିଆଁ ଲଗାଇଲେ ହେବେ ଗିରଫ

ସମ୍ବଲପୁର: ଜଳୁଛି ସାରା ଓଡ଼ିଶାର ଜଙ୍ଗଲ। ନିଆଁ ଆଉ ଧୂଆଁରେ ବହୁ ପଶୁପକ୍ଷୀ ମୃତ୍ୟୁବରଣ କରିଥିବା ବେଳେ ଉଜୁଡ଼ି ଯାଉଛି ଜଙ୍ଗଲର ସବୁଜିମା। ଜଙ୍ଗଲ ନିଆଁକୁ ରୋକିବାକୁ ସମ୍ବଲପୁର ଡିଏଫ୍ଓ କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ ହେବେ ସମ୍ପୃକ୍ତ ବ୍ୟକ୍ତି। ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି ସମ୍ବଲପୁର ଡିଏଫଓ । ଜଙ୍ଗଲ ନିଆଁକୁ ଆୟତ କରିବା ପାଇଁ ବନବିଭାଗର ସମସ୍ତ କର୍ମଚାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଡିଏଫଓ।

ରାଜ୍ୟର ଅନେକ ଜିଲ୍ଲାର ଜଙ୍ଗଲରେ ନିଆଁ ଅଣ ଆୟତ ହେବାକୁ ଲାଗିଛି। ଯାହା ପ୍ରଶାସନର ନିଦ ହଜାଇଦେଇଛି। ଜଙ୍ଗଲରେ ନିଆଁ ଲଗାଇବାକୁ ନେଇ ସମ୍ବଲପୁର ଡିଏଫଓ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବ। ଜଙ୍ଗଲ ନିଆଁ ଉପରେ ସର୍ତକ ଦୃଷ୍ଟି ରଖିବା ପାଇଁ ପ୍ରତି ରେଂଜରଙ୍କ ଅଧୀନରେ ରହିବେ ୧୫ଜଣ ଲେଖାଏଁ ଅସ୍ଥାୟୀ କର୍ମଚାରୀ। ଏନେଇ ବନବିଭାଗ ସମସ୍ତ ସ୍କ୍ୱାଡ୍ଙ୍କୁ ଆଲର୍ଟ କରାଇଛନ୍ତି ଡିଏଫଓ।

ଏଥିସହ ଜଙ୍ଗଲ ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଠିକଣା ଲେଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସୂଚନା ଦେଲେ ୫ ହଜାର ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି ଡିଏଫଓ। ନିଆଁ ଲିଭାଇବାକୁ ୭୫ ଜଣ ସ୍ୱତନ୍ତ୍ର ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି।

Comments are closed.