Odisha Link
Bridging the Missing Links in Odisha

ପଦ୍ମଶ୍ରୀ ତୁଳସୀ ମୁଣ୍ଡା ପୁଣି ଅସୁସ୍ଥ

ଭୁବନେଶ୍ୱର: ପୁଣି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅସୁସ୍ଥ। ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶ୍ୱାସ ସମସ୍ୟା ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ତୁଳସୀ ମୁଣ୍ଡା ତାଙ୍କ ବଡବିଲ୍ ସେରେଣ୍ଡାସ୍ଥିତ ବାସଭବନରେ ଆଜି ସକାଳେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଯୋଡା ଟିସ୍କୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଶରୀରରେ ସୋଡିୟମ୍, ପଟାସିୟମ୍ ଓ ସୁଗାର କମ୍ ଥିବା ଜଣାପଡିଥିଲା। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେ ସାମାନ୍ୟ ସୁସ୍ଥ ଥିବା ଜଣାପଡିଛି।

ସୂଚନାଯୋଗ୍ୟ, ଗତ ଫେବୃଆରୀ ୧୭ ତାରିଖରେ ଅସୁସ୍ଥ ହେବା ପରେ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହୋଇ ସେ ଘରକୁ ଫେରିଥିଲେ।

Comments are closed.