Odisha Link
Bridging the Missing Links in Odisha

ଇକ୍ୱାଟରିୟାଲ୍‌ ଗିନିରେ ସିରିଜ୍‌ ବିସ୍ଫୋରଣ: ୨୦ ମୃତ

ମାଲାବୋ: ଆଫ୍ରିକୀୟ ଦେଶ ଇକ୍ୱାଟରିୟାଲ୍‌ ଗିନି ଅନ୍ତର୍ଗତ ବାତା ସହରରେ ସିରିଜ୍‌ ବିସ୍ଫୋରଣ। ସାମରିକ ଘାଟିରେ ସିରିଜ୍‌ ବିସ୍ଫୋରଣ ଘଟିଥିବା ବେଳେ ଏଥିରେ ୨୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ୩୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା କଥା ସ୍ଥାନୀୟ ଦୂରଦର୍ଶନ କେନ୍ଦ୍ର ‘ଟିଭିଜିଇ’ କହିଛି। ଗତକାଲି ଅପରାହ୍ଣ ପ୍ରାୟ ୪ଟା ବେଳେ ଏହି ବିସ୍ଫୋରଣ ଘଟିଥିଲା।

ବିସ୍ଫୋରଣର କାରଣ ଜଣାପଡ଼ି ନ ଥିଲେ ସୁଦ୍ଧା ଏହା କୌଣସି ଆକ୍ରମଣ ନୁହେଁ ବୋଲି ପ୍ରତିରକ୍ଷା ଅଧିକାରୀମାନେ ‘ଟିଭିଜିଇ’କୁ କହିଛନ୍ତି। ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟଜାରି ରଖିଛନ୍ତି। ‘ଟିଭିଜିଇ’ କହିଛି, ଏହି ଅଘଟଣରେ ୪୨୦ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ବିସ୍ଫୋରଣ ଘଟିଥିବା ଅଞ୍ଚଳର ଥିବା ଘରର ଟିଣ ଛପର ସବୁ ଉଡ଼ିଯାଇଛି।

Comments are closed.