Odisha Link
Bridging the Missing Links in Odisha

ଗୋ ଚାଲାଣ ବେଳେ ଶତାଧିକ ଗୋରୁ ଉଦ୍ଧାର

ବାଲେଶ୍ବର: ଭଦ୍ରକରୁ କୋଲକାତା ଗୋ ଚାଲାଣ ହେଉଥିବା ସମୟରେ ଶତାଧିକ ଗୋରୁ ଉଦ୍ଧାର। ବାଲେଶ୍ବର ଶେରଗଡ ଟୋଲ ଗେଟ ନିକଟରେ ୨ଟି ଗୋରୁ ବୋଝେଇ କଣ୍ଟେନର ଜବତ୍ କରାଯାଇଛି। ୧୬ ନମ୍ବର ଜାତୀୟ ରାଜପଥର ଶେରଗଡ଼ ଟୋଲଗେଟ୍ ନିକଟରୁ ଖନ୍ତାପଡ଼ା ପୋଲିସ ଗୋରୁଙ୍କୁ ଉଦ୍ଧାର କରିଛି।

କଣ୍ଟେନର ଦୁଇଟିରୁ ୧୦୦ ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର କରାଯାଇଛି। ଉଦ୍ଧାର ଗୋରୁଙ୍କୁ ନୀଳଗିରି ଗୋଶାଳାରେ ଛଡା ଯାଇଛି। ଏହି ମାମଲାରେ କଣ୍ଟେନର ଡ୍ରାଇଭର୍ ସମେତ ୬ ଗୋରୁ ଚାଲାଣକାରୀଙ୍କୁ ଖନ୍ତାପଡା ପୁଲିସ ଅଟକ ରଖିଛି।

Comments are closed.