Odisha Link
Bridging the Missing Links in Odisha

ପ୍ରେମୀ ଯୁଗଳଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

ପାରଳାଖେମୁଣ୍ଡି: ଏକ ବନ୍ଦ ଘର ଭିତରୁ ପ୍ରେମୀ ଯୁଗଳଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର। ଏଭଳି ଏକ ଅଭାବନୀୟ ଘଟଣା ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଆରିବା ଗାଁରେ ଘଟିଛି। ଘର ଭିତରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡିନାହିଁ।

ମୃତକ ଦୁଇ ଜଣ ହେଲେ ସିବଲ ଡିଲେଶ୍ୱରୀ (୨୮) ଏବଂ ଟାଲୁରୁ ଶ୍ରୀନୁ (୨୧)। ରକ୍ତାକ୍ତ ଅବସ୍ଥାରେ ଘର ଭିତରୁ ଉଭୟଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ ଥିଲା ବୋଲି କୁହାଯାଉଛି। ତେବେ ମିଳିଥିବା ସୂଚନା ଅନୁଯାୟୀ ସିବଲଙ୍କ ପରିବାର ସଦସ୍ୟ ସେମାନଙ୍କ ସମ୍ପର୍କକୁ ଗ୍ରହଣ କରୁନଥିଲେ। ତେଣୁ ଦୁହେଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଗୁରୁଣ୍ଡି ପୁଲିସ ଷ୍ଟେସନର ସବ୍-ଇନ୍ସପେକ୍ଟର ଲୋକନାଥ ବେହେରା କହିଛନ୍ତି। ତେବେ ମହିଳାଙ୍କ ବେକରେ ଏକ ଗଭୀର କଟା ଚିହ୍ନ ଦେଖିବାକୁ ମିଳିଛି। ପୁଲିସର ଏକ ଟିମ୍ ପ୍ରେମୀ ଯୁଗଳଙ୍କ ପରିବାର ସଦସ୍ୟ ଏବଂ ପଡ଼ୋଶୀମାନଙ୍କୁ ପଚରାଉଚରା କରି ତଦନ୍ତ ଆରମ୍ଭ କରିଛି।

Comments are closed.