ବନ କର୍ମଚାରୀଙ୍କ ଛୁଟି ଉପରେ ଲାଗିଲା ରୋକ୍

ସମ୍ବଲପୁର: ରାଜ୍ୟବ୍ୟାପୀ ଅନେକ ସ୍ଥାନରେ ଜଳୁଛି ଜଙ୍ଗଲ। ଜଙ୍ଗଲରେ ନିଆଁ ଲାଗିବା ପରେ ବନ ବିଭାଗ କର୍ମଚାରୀଙ୍କ ଛୁଟି ଉପରେ ଲାଗିଲା ରୋକ୍। ସମ୍ବଲପୁରରେ ବନ ବିଭାଗ କର୍ମଚାରୀଙ୍କ ଛୁଟି ଉପରେ ରୋକ୍ ଲାଗାଇଛି ଜିଲ୍ଲା ପ୍ରଶାସନ। ଅତି ଜରୁରୀ କାମ ନଥିଲେ କେହି କର୍ମଚାରୀ ଛୁଟି ନେଇ ପାରିବେନାହିଁ। ଏନେଇ ଡିଏଫଓ ଡକ୍ଟର ସଞ୍ଜିତ କୁମାର ସୂଚନା ଦେଇଛନ୍ତି।
ଜଙ୍ଗଲ ଜଳୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ବନ ବିଭାଗ କିମ୍ବା ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିପାରିନି। ଜଙ୍ଗଲ ନିଆଁକୁ ନେଇ ଚିନ୍ତାରେ ଜିଲ୍ଲା ପ୍ରଶାସନ। କେମିତି ନିଆଁକୁ ଆୟତ୍ତ କରାଯିବ ତାହା ବନ ବିଭାଗର ମୁଣ୍ଡବ୍ୟଥାର କାରଣ ପାଲଟିଛି।