Odisha Link
Bridging the Missing Links in Odisha

ସମସ୍ତଙ୍କ ଆଗରେ ହାତ ଯୋଡିଲେ ଅଭିନେତା ବରୁଣ

ମୁମ୍ବାଇ: କାର୍ ଉପରେ ଚଢ଼ି ସମସ୍ତଙ୍କ ଆଗରେ ହାତ ଯୋଡିଲେ ଅଭିନେତା ବରୁଣ ଧୱନ। ତାଙ୍କର ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋବାରେ ଲାଗିଛି। ଏହି ଘଟଣାଟି ହିମାଚଳ ପ୍ରଦେଶରେ ଘଟିଛି।

ପୁରା ଘଟଣାଟି ହେଲା,ବରୁଣ ଧୱନ ସିନେମା ‘ଭେଡିଆ’ର ଶୁଟିଂ ପାଇଁ ହିମାଚଳ ପ୍ରଦେଶ ଯାଇଥିଲେ। ସେଠାରେ ତାଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ପ୍ରବଳ ଭିଡ ଜମିଥିଲା। ଅସମ୍ଭାଳ ଭିଡ ଯୋଗୁଁ ଶୁଟିଂ କରିବା ମୁସକିଲ ହୋଇପଡିଥିଲା।

ଏଭଳି ସ୍ଥିତିରେ ବରୁଣ ତାଙ୍କ ପ୍ରଶଂସକଙ୍କୁ କାର୍‌ ଉପରେ ଚଢ଼ି ହାତ ଯୋଡି ନିବେଦନ କରିଥିଲେ। ଫ୍ରି ଟାଇମ ଦେଖି ଶୁଟିଂ ସରିବା ପରେ ସେ ସମସ୍ତ ପ୍ରଶଂସକଙ୍କୁ ଏକାଠି ସାକ୍ଷାତ କରିବେ ବୋଲି କଥା ଦେଇଥିଲେ ।

ସିନେମା ‘ଭେଡିଆ’ର ଲିଡ୍ ରୋଲରେ ବରୁଣ ଧୱନ ଥିବା ବେଳେ ତାଙ୍କ ଅପୋଜିଟରେ କ୍ରିତି ସାନନ ନଜର ଆସିବେ। କେବଳ ସେତିକି ନୁହେଁ ଆଗକୁ ବରୁଣ ଧୱନଙ୍କୁ ‘ଜୁଗ ଜୁଗ ଜିଓ’ ସିନେମାରେ ମଧ୍ୟ ଦେଖିବାକୁ ମିଳିବ। ଏଥିରେ ତାଙ୍କ ଅପୋଜିଟରେ କିଆରା ଆଡଭାନୀ ଅଛନ୍ତି।

Comments are closed.