Odisha Link
Bridging the Missing Links in Odisha

ଘୋଡ଼ାରେ ବସି ବିଧାନସଭା ଆସିଲେ କଂଗ୍ରେସ ବିଧାୟିକା

ରାଞ୍ଚି: ଚର୍ଚ୍ଚାରେ କଂଗ୍ରେସ ବିଧାୟିକା। କାରଣ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଝାଡ଼ଖଣ୍ଡର କଂଗ୍ରେସ ବିଧାୟିକା ବିଧାନସଭାକୁ ଏକ ଘୋଡ଼ାରେ ଚଢ଼ି ଆସିଥିବା ଦେଖିବାକୁ ମିଳିଥିଲା। ବିଧାନସଭାକୁ ବିଧାୟିକା ଘୋଡ଼ାରେ ଆସିବାକୁ ନେଇ ଚର୍ଚ୍ଚା ଲାଗି ରହିଛି। ମିଳିଥିବା ସୂଚନା ମୁତାବିକ ଜଣେ ସେନା ଅଧିକାରୀ ବିଧାୟିକାଙ୍କୁ ଘୋଡ଼ାଟି ଉପହାର ଦେଇଥିଲେ।

ସୂଚନାଥାଉକି, ଚର୍ଚ୍ଚାରେ ରହିଥିବା ବିଧାୟିକା ଜଣକ ହେଲେ ୩୧ ବର୍ଷିୟା ଅମ୍ବା ପ୍ରସାଦ। ସେ ରାମଗଡ଼ ଜିଲ୍ଲା ବରକାଗାଓଁ ବିଧାନସଭା ଆସନରୁ କଂଗ୍ରେସ ବିଧାୟିକା ଭାବେ ପ୍ରତିନିଧିତ୍ବ କରୁଛନ୍ତି।

ବିଧାନସଭା ବାହାରେ ଗଣମାଧ୍ୟମକୁ ସୂଚନା ଦେଇ ଅମ୍ବା କହିଥିଲେ ଯେ, ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଅବସରପ୍ରାପ୍ତ କର୍ଣ୍ଣେଲ ରବି ରାଠୋର ତାଙ୍କୁ ଏହି ଘୋଡ଼ାଟି ଉପହାର ଆକାରରେ ଦେଇଛନ୍ତି। ସେଥିପାଇଁ ଘୋଡ଼ାରେ ବସି ବିଧାନସଭା ଆସିଛି ବୋଲି ଅମ୍ବା କହିଛନ୍ତି।

Comments are closed.