Odisha Link
Bridging the Missing Links in Odisha

ବିଜେଡି ଇସ୍ତାହାରରେ କିିଛି ନୂଆ ନାହିଁ: ଧର୍ମେନ୍ଦ୍ର ପ୍ରଧାନ

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ଶାସକ ଦଳ ବିଜୁ ଜନତା ଦଳ ଜାରି କରିଛି ଇସ୍ତାହାର ପତ୍ର। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଇସ୍ତାହାର ପତ୍ର ଜାରି କରିବା ପରେ କହିଥିଲେ ଯେ ଏହି ଘୋଷଣା ପତ୍ର ଓଡ଼ିଶାରେ ଏକ ସୁବର୍ଣ୍ଣ ଯୁଗର ଭିତ୍ତି ପକାଇଛି। ୨୦୩୪ ସୁଦ୍ଧା ଓଡ଼ିଶା ଭାରତର ହେବ ଏକ ନମ୍ବର ରାଜ୍ୟ। ବିଜେଡିର ଇସ୍ତାହରକୁ ନେଇ ସବୁଠି ଚର୍ଚ୍ଚା ଚାଲିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଓଡ଼ିଶା ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଭାରତୀୟ ଜନତା ପାର୍ଟିର ଇସ୍ତାହାରକୁ କପି କରିବାକୁ ଚେଷ୍ଟା କରିଛି ବିଜୁ ଜନତା ଦଳ। ବିଜେଡିର ଇସ୍ତାହାରରେ କିଛି ନୂଆ ନାହିଁ। ଯାହାକୁ ନେଇ ଚର୍ଚ୍ଚା ବି ହେବନି। ଏଥିସହିତ ସେ ଆହୁରି ୨ ଲକ୍ଷ ଚାକିରି ପ୍ରଦାନକୁ ନେଇ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ୨୪ ବର୍ଷ ଶାସନରେ କିଏ ମନା କରିଥିଲା ଚାକିରି ଦେବାକୁ। ଏବେ ୨ ଲକ୍ଷ ଚାକିରି କଥା କହି ପ୍ରହସନ କରୁଛି ବିଜେଡି। ବିଜେଡିର ଇସ୍ତାହାର ଘୋଷଣା କେବଳ ଲୋକ ଦେଖାଣିଆ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଗତକାଲି ରାତିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡିର ଇସ୍ତହାର ପତ୍ର ଜାରି କରିଥିଲେ। ନିର୍ବାଚନୀ ଇସ୍ତାହାର ଅନୁଯାୟୀ ୫ ବର୍ଷରେ ୨ ଲକ୍ଷ ଚାକିରି ଦେବାକୁ ଦେଲେ ପ୍ରତିଶ୍ରୁତି । ଗରିବଙ୍କୁ ମିଳିବ ୧୦୦ ୟୁନିଟ୍ ଯାଏଁ ମାଗଣା ବିଜୁଳି। ଯୁବଶକ୍ତି ପାଇଁ ବିଶେଷ ବଜେଟ୍ ଆସିବ। ‘ନୂଆ-ଓ’ ରେ ପୁଅଙ୍କୁ ୧୨ ହଜାର, ଝିଅଙ୍କୁ ୧୪ ହଜାର ଟଙ୍କା। BSKYର ପରିସର ବୃଦ୍ଧି କରାଯିବ। ମହିଳାଙ୍କୁ ବିନା ସୁଦ୍ଧରେ ମିଳିବ ୧୫ ଲକ୍ଷ ଯାଏଁ ଋଣ ଦିଆଯିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

ସ୍ୱୟମ ଉଦ୍ୟୋଗୀ ଋଣକୁ ବ୍ୟାପକ କଭରେଜ ସହିତ ଏକ ଲକ୍ଷରୁ ୨ ଲକ୍ଷକୁ ବୃଦ୍ଧି କରାଯିବ। ଓଡ଼ିଶାରେ ଏକ ନୂତନ କୌଶଳ ଓ ଉଦ୍ୟୋଗୀ ବିଶ୍ୱବିଦ୍ୟାଳୟ, ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଓ ଏଆଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ।

ଅର୍ଥନୀତିକ ଅଭିବୃଦ୍ଧି ପାଇଁ ସମଗ୍ର ଇକୋସିଷ୍ଟମକୁ ଶକ୍ତିଶାଳୀ କରାଯିବ ଯାହା ଓଡ଼ିଶାକୁ ଦେଶର ଶ୍ରେଷ୍ଠ ତିନୋଟି ଅର୍ଥନୀତିକ ବିକଶିତ ରାଜ୍ୟରେ ପରିଣତ କରିବ। ଖଣିଜ ଭିତ୍ତିକ ଶିଳ୍ପ ବ୍ୟତୀତ ସେମିକଣ୍ଡକ୍ଟର, ଆଇଟି ଶିଳ୍ପ, କୃତ୍ରିମ ବୁଦ୍ଧିମତା ଇତ୍ୟାଦି ସହିତ ନୂତନ ଯୁଗ, ବୈଷୟିକ ଏବଂ ନୂତନ ଅର୍ଥନୀତି ଉପରେ ଧ୍ୟାନ ଦିଆଯିବ।

ଓଡ଼ିଶା ପୂର୍ବ ଭାରତର ଆଇଟି ରାଜଧାନୀ ହେବ। ପରିବେଶ ଅନୁକୂଳ ପର୍ଯ୍ୟଟନ ପାଇଁ ୧୦୦ଟି ସ୍ଥାନ ଉପରେ ଧ୍ୟାନ ଦିଆଯିବ। ଖ୍ୟାତି ସମ୍ପନ୍ନ ବୈଷୟିକ ଏବଂ ପରିଚାଳନା ସଂସ୍ଥାଗୁଡ଼ିକ ଓଡ଼ିଶାରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଉତ୍ସାହିତ ହେବେ। ଯୋଜନାବଦ୍ଧ ସହରୀକରଣ ଅଭିବୃଦ୍ଧି, ଉତ୍ପାଦକତା ସୃଜନାତ୍ମକ ଏବଂ ପରିବର୍ତ୍ତନ ବୃଦ୍ଧି କରିବ। ଆଗାମୀ ୧୦ ବର୍ଷରେ ସହରୀ ଜନସଂଖ୍ୟାକୁ ଦ୍ୱିଗୁଣିତ ହେବ। ଉତ୍ତମ ଗୁଣବତ୍ତା ସମ୍ପର୍ଣ ସୁବିଧା ସୁଯୋଗ ନିମ୍ନଲିଖିତ ଅଞ୍ଚଳଗୁଡିକ ପାଇଁ ଯୋଗାଇ ଦିଆଯିବ।

Leave A Reply

Your email address will not be published.