Odisha Link
Bridging the Missing Links in Odisha

ଲୁଟେରାଙ୍କୁ ଧରିବ ‘ସ୍ପେଶାଲ ୨୬’ ଟିମ୍

ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ଲୁଟେରାଙ୍କ ଆତଙ୍କରାଜ ବଢ଼ିବାରେ ଲାଗିଛି। ଏବେ ଲୁଟେରାଙ୍କୁ ସାବାଡ଼ ପାଇଁ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି, ଚୋରି, ଡକାୟତି ଆଦି ରୋକିବା ପାଇଁ କମିସନରେଟ୍ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ‘ସ୍ପେଶାଲ ୨୬’ ଗଠନ କରାଯାଇଛି। ୨୪ଟି ଥାନାରେ ୨୬ ଜଣ ସ୍ପେଶାଲ ପୋଲିସ ଅଫିସରଙ୍କୁ ନିଯୁକ୍ତି କରାଯିବ। ଜଣେ ଅଫିସରଙ୍କ ଅଧୀନରେ 4 କନଷ୍ଟେବଳ ରହିବେ। ଏନେଇ ଭୁବନେଶ୍ବର ଡିସିପି ଉମାଶାଙ୍କର ଦାଶ ଦେଇଛନ୍ତି।

ଏଣିକି ନୋ ସ୍ନାଚିଂ ଜୋନ୍ ହେବ ରାଜଧାନୀ ଭୁବନେଶ୍ବର। କ୍ରିମିନାଲଙ୍କୁ ଜଗିବ ‘ସ୍ପେଶାଲ ୨୬’। ଲୁଟ, ରାହାଯାନୀ ରୋକିବାକୁ କମିଶନରେଟ ପୋଲିସର ଏହି ନୂଆ ଯୋଜନା କରାଯାଇଛି। ଏଥିପାଇଁ ଡିସିପିଙ୍କ ତତ୍ବବାଧାନ ଗତ ୪ ମାସ ହେଲା ପେଶାଦାର ଅପରାଧୀଙ୍କ ଡାଟାବେଶ ପ୍ରସ୍ତୁତ କରିବା ସହ ସେମାନଙ୍କ ଉପରେ ନଜର ରଖିଛି ପୋଲିସ। ଥାନା ଗୁଡିକ ମଧ୍ୟରେ କିଭଳି ଉତ୍ତମ ବୁଝାମଣା ରହିବା ସହ ସ୍ପେଶାଲ ଅଫିସର ମାନଙ୍କୁ ଲ’ ଆଣ୍ଡ ଅର୍ଡରରୁ ମୁକ୍ତ କରି କ୍ରାଇମ ମନିଟରିଂ ଦାୟିତ୍ବ ଦେବାକୁ କହିଛନ୍ତି ଡିସିପି।

ଅପରାଧ ତଦନ୍ତ ପାଇଁ ଏହି ଟିମ ସ୍ୱତନ୍ତ୍ର ଭାବେ କାମ କରିବ। ପ୍ରତି ଥାନାରୁ ଜଣେ କିମ୍ବା ୨ଜଣ ଅଫିସରଙ୍କ ସମେତ ଏହି ଟିମରେ ୪ଜଣ କନଷ୍ଟେବଲ ରହିବେ। ଏହି ଦାୟିତ୍ୱରେ ଥିବା ଅଫିସରଙ୍କୁ ଥାନାର ଅନ୍ୟ ଦାୟିତ୍ୱ ଦିଆଯିବ ନାହିଁ। ଏମାନେ ଛିନତାଇ, ଲୁଟ୍ ଭଳି ଅପରାଧ ଉପରେ ନଜର ରଖିବେ। ଏଥି ଟିମ ଉପରେ ସିଧାସଳଖ ନଜର ରଖିବେ ଡିସିପି। କିଛି ମାସ ମଧ୍ୟରେ ଏହି ଟିମ୍ ଅପରାଧିକ ଘଟଣା ଉପରେ ରୋକ୍ ଲଗାଇବାରେ ସହାୟକ ହେବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି।

Comments are closed.