କୋଲକାତାରେ ଅଗ୍ନିକାଣ୍ଡ: ନିଆଁ ଲିଭେଇବାକୁ ଯାଇ ୪ ଅଗ୍ନିଶମ କର୍ମଚାରୀ ମୃତ, ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

କୋଲାକାତା: କୋଲକାତାର ଷ୍ଟ୍ରାଣ୍ଡ ରୋଡରେ ଥିବା ରେଳବାଇ ବିଭାଗର ନୂଆ କୋଏଲାଘାଟି ବିଲଡିଂରେ ଭୟାବହ ଅଗ୍ନିକାଣ୍ଡ। ଏହି ଘଟଣାଣେ ଏପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।
ସୋମବାର ସନ୍ଧ୍ୟାରେ ବିଲଡିଂର ୧୩ତମ ମହଲାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏହାକୁ ଆୟତ୍ତ କରିବାକୁ ଯାଇ ୪ ଜଣ ଅଗ୍ନିଶମ କର୍ମଚାରୀ, ୨ ଆରପିଏଫ ଓ ଜଣେ ଏଏସ୍ଆଇଙ୍କୁ ମିଶାଇ ୯ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୨ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଅଗ୍ନିଶମ ବାହିନୀର ୧୭ଟି ଇଞ୍ଜିନ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇ ବିଳମ୍ବିତ ରାତିରେ ନିଆଁକୁ ଆୟତ କରିଛନ୍ତି।
West Bengal: Fire breaks out on the 13th floor of a multi- storey building at Strand road in Kolkata. 8 fire tenders reach the spot. More details awaited pic.twitter.com/DLzrmBZDkF
— ANI (@ANI) March 8, 2021
କୋଇଲାଘାଟ ବିଲ୍ଡିଂ ଭାବେ ପରିଚିତ ଏହି କୋଠା ହୁଗୁଳି ନଦୀ କୂଳରେ ଅବସ୍ଥିତ। ଏଠାରେ ଇଷ୍ଟର୍ଣ୍ଣ ରେଳବାଇର ଅଫିସ ଚାଲିଥିଲା। ସୋମବାର ସଂନ୍ଧ୍ୟାରେ ଏହି ନିଆଁ ଲାଗିଥିଲା। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାତି ପ୍ରାୟ ୧୦ଟା ୩୦ ମିନିଟରେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ସେ ମୃତକଙ୍କ ନିକଟ ସଂପର୍କୀୟଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ଘେଷଣା କରିଛନ୍ତି। ପରେ ଅଗ୍ନି ସେବା ମନ୍ତ୍ରୀ ସୁଜିତ ବୋଷ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ମୃତ ଦେହ ଚିହ୍ନଟ କରାଯାଉଥିବା କହିଥିଲେ। ଘଟରାର ତଦନ୍ତ କରାଯାଉଛି।
Comments are closed.