Odisha Link
Bridging the Missing Links in Odisha

ବଢ଼ିବ ତାତି, ୪ ଦିନ ଯାଏଁ ମିଳିବନି ଆଶ୍ୱସ୍ତି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମର ପ୍ରଭାବ ବେଶି ଅନୁଭୂତ ହେଉଛି। ୯ଟି ସ୍ଥାନରେ ଦିନ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍‌ ଉପରେ ଅଛି। ଉପକୂଳ ଓଡ଼ିଶାରେ ଗରମରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି। ଭୁବନେଶ୍ୱର ତାପମାତ୍ରା ୩୫ ଡିଗ୍ରୀ ତଳେ ରହିଛି। ପାଣିପାଗ ବିଭାଗ କହିଛି, ଆହୁରି ୩/୪ ଦିନ ଏଭଳି ସ୍ଥିତି ରହିବ।

ପାଣିପାଗ ବିଶେଷଜ୍ଞ ମୁତାବକ, ୧୧ ତାରିଖବେଳକୁ ଉପକୂଳ ଓଡ଼ିଶାରେ ପୁଣି ତାତି ବଢ଼ିପାରେ। ସୋମବାର ଭବାନୀପାଟଣା ଓ ବୌଦ୍ଧରେ ପାରଦ ୩୯ ଡିଗ୍ରୀ ଛୁଇଁଥିଲା। ଝାରସୁଗୁଡ଼ା ତାପମାତ୍ରା ୩୮.୨, ସମ୍ବଲପୁର ୩୮.୪, ସୁନ୍ଦରଗଡ଼ ୩୮, ହୀରାକୁଦ ୩୮.୫, ତାଳଚେର ୩୭.୧, ବଲାଙ୍ଗିର ୩୮.୨, ମାଲକାନଗିରି ୩୮.୫, ଟିଟିଲାଗଡ଼ ୩୭.୨, ସୋନପୁର ୩୮.୨ ଡିଗ୍ରୀ ଥିଲା। ସମଗ୍ର ଉପକୂଳ ଓଡ଼ିଶାରେ ତାପମାତ୍ରା ୩୫ ଡିଗ୍ରୀ ତଳେ ରହିଥିଲା।

ଉପକୂଳ ଓଡ଼ିଶାରେ ପାଗ ସୋମବାର ଆଂଶିକ ମେଘୁଆ ଥିଲା। ଖରା ପ୍ରକୋପ କମ୍‌ ରହିଥିଲା। ମଙ୍ଗଳବାର ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ଜାଗାରେ ସକାଳବେଳା ସାମାନ୍ୟ କୁହୁଡ଼ି ହେବ। ଦିନବେଳା ଭୁବନେଶ୍ୱରରେ ଆଂଶିକ ମେଘୁଆ ରହିପାରେ।

Comments are closed.