Odisha Link
Bridging the Missing Links in Odisha

ଜେଇଇ ମେନ୍‌: ଗୌତମ ଦାସ ରାଜ୍ୟ ଟପ୍ପର

ନୂଆଦିଲ୍ଲୀ: ଇଞ୍ଜିନିୟରିଂରେ ବ୍ୟାଚେଲର ଓ ବିଟେକ୍ ପାଇଁ ଗତ ଫେବ୍ରୁଆରିରେ ଅନୁଷ୍ଠିତ ଜେଇଇ ମେନ୍‌ ଫଳ ପ୍ରକାଶ ପାଇଛି। ଜେଇଇ ମେନ୍ ପରୀକ୍ଷାର ଫଳ ପ୍ରକାଶ କରିଛି ଏନଟିଏ। ପରୀକ୍ଷାରେ ୬ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶନ ନମ୍ବର ରଖିଛନ୍ତି। ଓଡ଼ିଶାର ଗୌତମ ଦାସ ସର୍ବାଧିକ ୯୯ ଦଶମିକ ୯୯ ପ୍ରତିଶତ ନମ୍ବର ରଖି ରାଜ୍ୟ ଟପ୍ପର ହୋଇଛନ୍ତି। ତେବେ ଜେଇଇର ପେପର ଟୁ ଏ ଓ ଟୁ ବି ର ଫଳାଫଳ ଆସନ୍ତା କିଛି ଦିନ ମଧ୍ୟରେ ପ୍ରକାଶ ପାଇବ ବୋଲି ଏନଟିଏ ପକ୍ଷରୁ ସୂଚନା ଦିଆଯାଇଛି ।

ପରୀକ୍ଷା ଲାଗି ୬.୫୨ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୬ ଲକ୍ଷ ୨୦ ହଜାର ୯୭୮ ଜଣ ପରୀକ୍ଷା ଦେଇଥିଲେ। ଶତ ପ୍ରତିଶତ ମାର୍କ ରଖିଥିବା ପରୀକ୍ଷାର୍ଥୀ ମାନେ ହେଲେ ରାଜସ୍ଥାନର ସଙ୍କେତ ଝା, ଦିଲ୍ଲୀର ପ୍ରଭାକର କଟାରିଆ ଓ ରଞ୍ଜିମ୍‌ ପ୍ରବଳ ଦାସ, ଛତିଶଗଡ଼ର ଗୁରମର୍ତ୍ତି ସିଂ, ମହାରାଷ୍ଟ୍ରର ସିଦ୍ଧାନ୍ତ ମୁଖାର୍ଜୀ ଓ ଗୁଜୁରାଟ ଅନନ୍ତ କ୍ରିଷ୍ଣ କିଡାମ୍ବି।

ବି.ଇ ଏବଂ ବି.ଟେକ୍‌ ଲାଗି ଜାନୁଆରି ୨୪ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ଜେଇଇ ମେନ୍‌ ଲାଗି ୩୩୧ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ପ୍ରଥମ ଥର ଲାଗି ଓଡ଼ିଆ ସମେତ ଇଂରାଜୀ, ହିନ୍ଦୀ, ଗୁଜୁରାଟି, ଆସାମୀ, ବେଙ୍ଗଲି, କନ୍ନଡ଼, ମାଲାୟଲମ୍‌, ମରାଠୀ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଧ୍ବ ଭାଷାରେ ପରୀକ୍ଷା କରାଯାଇଥିଲା। ଫେବ୍ରୁଆରି ସମେତ ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ହେବାକୁ ଥିବା ଜେଇଇ ମେନ୍‌ ପରୀକ୍ଷାର ରେଜଲ୍ଟକୁ ଆଧାର କରି ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କ ର‍୍ୟାଙ୍କ ପ୍ରକାଶ ପାଇବ।

Comments are closed.