Odisha Link
Bridging the Missing Links in Odisha

ମହିଳା ବିଧାୟିକାଙ୍କ ଗାଲ ଭିଡ଼ିଲେ ଟିଏମ୍‌ସି ସାଂସଦ, ଭାଇରାଲ ଭିଡିଓ ସେୟାର କରି ଦିଦିଙ୍କୁ ଟାର୍ଗେଟ କଲା ବିଜେପି

କୋଲକାତା: ପଶ୍ଚିମବଙ୍ଗରେ ଚାଲିଛି ନିର୍ବାଚନୀ ଋତୁ। ଯାହାଫଳରେ ରାଜନୀତିର ରଙ୍ଗରେ ରଙ୍ଗେଇ ହୋଇଛି ବେଙ୍ଗଲ। ମମତାଙ୍କ ଗଡ଼ରେ ଭାରତୀୟ ଜନତା ପାର୍ଟି ବିଜୟୀ ହେବା ପାଇଁ କରୁଛି ଜୋରଦାର ପ୍ରଚାର। ଅନ୍ୟପଟେ ମମତା ନିଜ ଗଡ଼କୁ ପୁନର୍ବାର ଦଖଲ କରିବା ପାଇଁ କରୁଛନ୍ତି ସମସ୍ତ ଚେଷ୍ଟା। ପଶ୍ଚିମବଙ୍ଗରେ ରାଜନୈତିକ ମାହୋଲ ସରଗରମ ଥିବାବେଳେ ଟିଏମ୍‌ସିର କିଛି ନେତା ନିକଟରେ ବିଜେପିରେ ସାମିଲ ହୋଇଥିଲେ। ନିକଟରେ ନରେନ୍ଦ୍ର ମୋଦୀଙ୍କ ରାଲିରେ ହୋଇଥିବା ଭିଡ଼ ମମତାଙ୍କ ନିଦ ହଜାଇ ଦେଇଛି। ଏସବୁ ମଧ୍ୟରେ ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜିଙ୍କ ଏକ ଭାଇରାଲ ଭିଡିଓ ମମତାଙ୍କୁ ବ୍ୟାକ୍‌ଫୁଟରେ ପକାଇଛି। ଭାଇରାଲ ଭିଡିଓକୁ ନେଇ ଟିଏମସିକୁ ଟାର୍ଗେଟ କରିଛି ବିଜେପି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ବିଜେପି ସାଂସଦ ଲୋକେଟ ଚାଟାର୍ଜି ନିଜ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ସେୟାର ହୋଇଥିବା ଭିଡିଓଟିରେ ମମତାଙ୍କ ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜି ସାମ୍ବାଦିକ ସମ୍ମିଳନୀରେ ପାର୍ଟିର ଏକ ମହିଳା ବିଧାୟିକାଙ୍କ ଗାଲକୁ ଟାଣୁଥିବାର ଦେଖିବାକୁ ମିଳିଛି। ହେଲେ ଏହି ଭିଡିଓ କେବର ତାହା ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ଭାଜପା ଏହି ଭିଡିଓକୁ ନେଇ ଟିଏମସିକୁ ଟାର୍ଗେଟ କରିଛି।

ବିଜେପି ସାଂସଦ ଲୋକେଟ ଚାଟାର୍ଜି ଭିଡିଓ ସେୟାର କରି ନିଜ ଟୁଇଟରରେ ଲେଖିଛନ୍ତି ଯେ, ଟିଏମସି ମହିଳାଙ୍କୁ ସଶକ୍ତ କରୁଛି। ଏଇ ଟିଏମସି ସାଂସଦ କଲ୍ୟାଣ ବାନାର୍ଜି ଓ ନିବର୍ତ୍ତମାନ ବାଙ୍କୁରା ମହିଳା ବିଧାୟିକା। ଯିଏ ଟିକେଟ୍‌ ନମିଳିବା କାରଣରୁ ନିରାଶ ହୋଇଛନ୍ତି। ଲଜ୍ଜା ଲାଗିବା କଥା ବୋଲି ଚାଟାର୍ଜି କହିଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅପରପକ୍ଷେ ଟିମସି ସାଂସଦ କଲ୍ୟାଣ ବାନାର୍ଜି ଲୋକେଟ ବାନାର୍ଜିଙ୍କ ପ୍ରତିକ୍ରିୟାର ପାଲଟା ଜବାବ ରଖିଛନ୍ତି। ସେ କହିଛନ୍ତି ଯେ, ଚାଟାର୍ଜିଙ୍କ ବୟାନ ସୂଚିତ କରୁଛି ଯେ ସେ କେତେ ଖରାପ ଚିନ୍ତାଧାରା କରନ୍ତି। ସେ ଭାଇ-ଭଉଣୀଙ୍କ ସମ୍ପର୍କ ବିଷୟରେ ଜାଣି ନାହାନ୍ତି। ବାଙ୍କୁରା ବିଧାୟିକା ଅଲୋକା ମୋ ଭଉଣୀ ପରି ବୋଲି କଲ୍ୟାଣ ସଫେଇ ରଖିଛନ୍ତି।

Comments are closed.