Odisha Link
Bridging the Missing Links in Odisha

ବାଇକ୍‌ ଉପରେ ମାଡ଼ିଗଲା ଟ୍ରକ ,୨ଶିଶୁ ମୃତ

ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ଚାଲିଗଲା ୨ ଶିଶୁ ପୁତ୍ରଙ୍କ ଜୀବନ। ବାଇକ୍‌ ଉପରେ ମାଡିଗଲା ଟ୍ରକ। ଯାହାଫଳରେ ୨ଜଣ ଶିଶୁଙ୍କର ମୃତ୍ୟୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି। ଏହି ଦୁର୍ଘଟଣାଟି ଗଞ୍ଜାମ ଜିଲ୍ଲା ରମ୍ଭା ନିକଟ ସାବୁଳିଆ ଜାତୀୟ ରାଜପଥରେ ଘଟିଛି।

ପ୍ରକାଶ ଯେ, ଏକ ବାଇକ୍‌ ଯୋଗେ ବାପା , ମାଆ ଓ ୨ ଶିଶୁ ଯାଉଥିଲେ। ସେମାନେ ରାସ୍ତା ପାର୍‌ ହେଉଥିବା ବେଳେ ଏହି ଅଘଟଣଟି ଘଟିଥିଲା । ଦୁର୍ଘଟଣାରେ ବାପା ଓ ମାଆଙ୍କ ଅବସ୍ଥାରେ ଗୁରୁତର ରହିଛି ।

ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିଛି । ଗଞ୍ଜାମ ଜିଲ୍ଲା ରମ୍ଭା ନିକଟ ସାବୁଳିଆ ଜାତୀୟ ରାଜପଥ ନିକଟରେ ଏହି ଦୁର୍ଘଟଣା ଘଟିଛି ।

Comments are closed.