Odisha Link
Bridging the Missing Links in Odisha

ବ୍ୟବସାୟୀଙ୍କଠୁ ଝାମ୍ପିନେଲେ ୧୫ଲକ୍ଷ ଟଙ୍କାର ସୁନା ଗହଣା

କଳାହାଣ୍ଡି: ରାଜ୍ୟରେ ଦିନକୁ ଦିନ ଲୁଟେରା ମାନଙ୍କ ଦୁର୍ବୃତ୍ତ ବଢିବାରେ ଲାଗିଛି। ଆଜି ଜଣେ ବ୍ୟବସାୟୀଙ୍କଠୁ ୧୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ ଅଭିଯୋଗ ସାମ୍ନା ଆସିଛି। ଏହି କୁଟ ଘଟଣାଟି ଜୁନାଗଡ଼ ଥାନା କଲମପୁର ଛକ କାଞ୍ଚନ ଜୁଏଲାରୀରେ ଘଟିଛି। ତେବେ ଲୁଟର ଭିିଜୁଆଲ ସିସିଟିଭିରେ କଏଦ ହୋଇଛି ।

ପ୍ରକାଶ ଯେ, ବୁଧବାର ସକାଳୁ ଦୋକାନ ଖୋଲିବାକୁ ମାଲିକ ରଞ୍ଜନ କୁମାର ସାହୁ ବ୍ୟାଗ୍ ରେ ସୁନା ଗହଣା ନେଇ ଆସିଥିଲେ । ଦୋକାନର ତାଲା ଖୋଲୁଥିବା ବେଳେ ଦୁର୍ବୃତ୍ତମାନେ ସୁନା ଗହଣା ବ୍ୟାଗ୍ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି ।

ପୂର୍ବରୁ ଦୁଇ ଜଣ ଦୁବୃର୍ତ୍ତ ହେଲମେଟ ପିନ୍ଧି ଯୋଜନାବଦ୍ଧ ଭାବେ ଝାମ୍ପି ନେଇ କଳା ପଲସରରେ ଫେରାର ହୋଇଯାଇଛନ୍ତି । ଦୋକାନୀଙ୍କ ଅଭିଯୋଗ ଅନୁଯାୟୀ ଲୁଟ୍ ସୁନା ଗହଣାର ଆନୁମାନିକ ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ । ଖବର ପାଇ ଜୁନାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.