Odisha Link
Bridging the Missing Links in Odisha

ଏପ୍ରିଲ ମାସରୁ ରବିବାର ଦିନ ବନ୍ଦ ରହିବ ସ୍କୁଲ

ଭୁବନେଶ୍ୱର: ଏପ୍ରିଲ ମାସରୁ ରବିବାର ଦିନ ବନ୍ଦ ରହିବ କ୍ଳାସ। ଏ ନେଇ ସବିଶେଷ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମାର୍ଚ୍ଚ ଶେଷ ସୁଦ୍ଧା ଛାତ୍ରଛାତ୍ରୀଙ୍କ ସମସ୍ତ କୋର୍ସ କଭର ହୋଇଯିବ ।

 ରେଗୁଲାର କ୍ଲାସର ଆଉ ଆବଶ୍ୟକତା ରହିବ ନାହିଁ । ଏପ୍ରିଲ ମାସରୁ ରିଭିଜନ କ୍ଲାସ ଆରମ୍ଭ କରାଯିବ। ତେଣୁ ରିଭିଜନ କ୍ଲାସ ବେଳେ ରବିବାର ଆଉ କ୍ଲାସ ହେବ ନାହିଁ ।

ଖରା ଦିନ କାରଣରୁ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ସକାଳ ୭ଟାରୁ ୧୧ଟା ସ୍କୁଲ ସମୟ ନିର୍ଦ୍ଧାରଣ କରାଯାଇଥିଲା । ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ଟାରୁ ୯ଟା ଏବଂ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ କ୍ଲାସ ଚାଲିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା ।

Comments are closed.