ଅଧିକ ଭିଡ଼ ହେଲେ ବନ୍ଦ ହେବ ଦୀପଦାନ

ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରୀ। ମହାଶିବରାତ୍ରି ପାଇଁ ଉପଲକ୍ଷେ ରାଜ୍ୟର ସମସ୍ତ ଶୈବ ପୀଠରେ ମହାଦେବଙ୍କ ଆରାଧନା କରାଯାଉଛି। ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁମାନେ ଲିଙ୍ଗରାଜଙ୍କର ଦର୍ଶନ କରୁଛନ୍ତି। ତେବେ ଲିଙ୍ଗରାଜ ମନ୍ଦିରରେ ଅତ୍ୟଧିକ ଗହଳି ହେଲେ ଦୀପ ଦାନ ବନ୍ଦ ହୋଇପାରେ। ଏନେଇ ସୂଚନା ଦେଇଛନ୍ତି ବିଏମସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ।
ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି ଯେ, ସ୍ଥିତି ଦେଖିବୁ ମନ୍ଦିର ଭିତରେ ଅତ୍ୟଧିକ ଗହଳି ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏବେ ସବୁ ସୁରୁଖୁରୁରେ ଚାଲିଛି। ଶ୍ରଦ୍ଧାଳୁ ଧାଡ଼ିରେ ରହି ଦର୍ଶନ କରୁଛନ୍ତି। କରୋନା କଟକଣା ମାନି ଦୀପ ଜାଳିବାକୁ ଭକ୍ତଙ୍କୁ ଅନୁମତି ମିଳିଛି। ସନ୍ଧ୍ୟାରେ ମନ୍ଦିରରେ ଅତ୍ୟଧିକ ଗହଳି ହେଲେ ଦୀପ ଦାନ ବନ୍ଦ ହୋଇପାରେ।
ସୂଚନାଯୋଗ୍ୟ, ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ। ଜାଗର ଯାତ୍ରାକୁ ସୁଚାରୁରୂପେ ପାଳନ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ପାଇଁ ୩୪ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ୧୨୦ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିସହ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ ୫ ଅତିରିକ୍ତ ଡିସିପି। ମହାଶିବରାତ୍ରି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ କୋଭିଡ୍ ଗାଇଡଲାଇନ୍ ଜାରି କରାଯାଇଥିଲା।