Odisha Link
Bridging the Missing Links in Odisha

କରୋନା ସଂକ୍ରମଣର ମୁକାବିଲା ପାଇଁ ପୁଣି ଥରେ ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ମୁକାବିଲା ନେଇ ବୈଠକ ଡକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୭ ମାର୍ଚ୍ଚରେ ଦିନ ୧୨ଟା ୩୦ରେ ବସିବ ବୈଠକ । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ବୈଠକ କରିବେ ।

ବୈଠକରେ ପ୍ରଧାନମନ୍ତ୍ରୀ ବଢୁଥିବା କରୋନା ମାମଲା ଓ ଟିକାକରଣ ଉପରେ ଆଲୋଚନା କରି ପାରନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଏ ପର୍ଯ୍ୟନ୍ତ ମହାମାରୀ ବିରୋଧରେ ଚାଲିଥିବା ଲଢେଇ ଏବଂ କରୋନା ଟିକାକରଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ମତାମତ ମଧ୍ୟ ନେଇ ପାରନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ହେବ।

Comments are closed.