Odisha Link
Bridging the Missing Links in Odisha

ବଦଳିଲେ ପରମବୀର ସିଂହ, ନୂଆ ପୁଲିସ୍‌ ମୁଖ୍ୟ ହେଲେ ହେମନ୍ତ

ମୁମ୍ବାଇ: ମୁମ୍ବାଇ ପୋଲିସ କମିଶନର ଭାବେ ଏକ ବର୍ଷ କାର୍ଯ୍ୟ କରିବା ପରେ ପରମବୀର ସିଂଙ୍କୁ ତାଙ୍କ ପଦରୁ ବଦଳି କରି ଦିଆଯାଇଛି। ତାଙ୍କ ସ୍ଥାନରେ ହେମନ୍ତ ନଗରଲେଙ୍କୁ ମିଳିଛି ଦାୟିତ୍ୱ । ୧୯୮୮ ବ୍ୟାଚର ଆଇପିଏସ୍ ପରମବୀର ସିଂଙ୍କୁ ୨୦୨୦ ଫେବୃଆରୀ ୨୯ ତାରିଖରେ ଆଇପିଏସ୍ ସଂଜୟ ବରବେଙ୍କ ସ୍ଥାନରେ ମୁମ୍ବାଇ ପୋଲିସ କମିଶନର ଭାବେ ଦାୟିତ୍ୱ ଦିଆଯାଇଥିଲା ।

ଆଣ୍ଟାଲିଆରୁ ମିଳିଥିବା ବିସ୍ଫୋଟକ ସାମଗ୍ରୀ ମାମଲାକୁ ନେଇ ପୋଲିସ ଅଧିକାରୀ ସଚୀନ ବାଜେଙ୍କ ସହ ସଂପର୍କ ଥିବା ଦର୍ଶାଇ ପରମବୀର ସିଂଙ୍କୁ ପଦରୁ ହଟାଇ ଦିଆଯାଇଛି। ଅନ୍ୟପଟେ ସଚୀନ ବାଜେଙ୍କୁ ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ଏନଆଇଏ ରିମାଣ୍ଡରେ ନେଇଛି। ପରମବୀର ସିଂ କିଛିଦିନ ପୂର୍ବରୁ ଟିଆରପି ମାମଲାର ପର୍ଦ୍ଦାଫାସ୍ କରି ଚର୍ଚ୍ଚାରେ ରହିଥିଲେ। ଯେଉଁଥିରେ କିଛି ବୈଦ୍ୟୁତିକ ଗଣମାଧ୍ୟମ କିଛି ଲୋକଙ୍କୁ ଟଙ୍କା ଦେଇ ସେମାନଙ୍କୁ ତାଙ୍କ ଚ୍ୟାନେଲ ଦେଖିବାକୁ ପ୍ରବତ୍ତାଇ ଥିବା କଥା ସାମ୍ନାକୁ ଆସିଥିଲା।

ଏନେଇ ୫ ଟି ନ୍ୟୁଜ୍ ଓ ଏଣ୍ଟରଟନମେଣ୍ଟ ଚ୍ୟାନେଲ ଉପରେ ଅଭିଯୋଗ ଆସିଥିଲା। ସେପଟେ ମୁମ୍ବଇର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଇଥିବା ହେମନ୍ତ ନାଗରଲେ ୧୯୮୭ ବ୍ୟାଚର ମହାରାଷ୍ଟ୍ର କ୍ୟାଡରର ଆଇପିଏସ୍ ଅଟନ୍ତି। ପୋଲିସ ବିଭାଗରରେ ତାଙ୍କର ଦୀର୍ଘ ଅନୁଭବ ରହିଛି। ବିଭାଗରେ ତାଙ୍କର ଉତ୍ତମ ସେବା ପାଇଁ ସେ ଅନେକ ପୁରସ୍କାର ପାଇଛନ୍ତି।

Comments are closed.