Odisha Link
Bridging the Missing Links in Odisha

ଆହୁରି ବଢ଼ିବ ତାତି, ୪୦ ଟପିବ ପାରା

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢ଼ିବାରେ ଲାଗିଛି। ରାଜ୍ୟ ତଥା ରାଜଧାନୀର ତାପମାତ୍ରା ୪୦ ଡିଗ୍ରି ଛୁଇଁଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ନଥିବାରୁ ରାଜ୍ୟର ପାରଦରେ ପ୍ରାୟ ୨ ଡିଗ୍ରି ବୃଦ୍ଧି ଘଟିବ। ଫଳରେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଗତକାଲି ଭୁବନେଶ୍ବର ଓ ବାରିପଦା ରାଜ୍ୟର ଉତ୍ତପ୍ତ ସହର ଭାବେ ଉଭା ହୋଇଥିବା‌ ବେଳେ ଉଭୟ ସହରର ତାପମାତ୍ରା ୪୦ ଡିଗ୍ରି ଲେଖାଏଁ ରେକର୍ଡ ହୋଇଛି। ଏଥିସହ କଟକ, ଅନୁଗୁଳ, ମାଲକାନଗିରି ଓ ବୌଦ୍ଧର ତାପମାତ୍ରା ୩୯ ଡିଗ୍ରି ଅତିକ୍ରମ କରି ୪୦ ଡିଗ୍ରି ପାଖାପାଖି ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହୋଇଯାଇଛି। ଏଥିସହ ରାଜ୍ୟର ଅବଶିଷ୍ଟ ସ୍ଥାନରେ ପାଗ ଶୁଖିଲା ରହିଥିଲା। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବି ରାଜ୍ୟରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି। ଏବେ କାଳବୈଶାଖୀ ବର୍ଷାର ସମ୍ଭାବନା ନଥିବାରୁ ଆସନ୍ତା ୪ରୁ ୫ ଦିନରେ ରାଜ୍ୟର ତାପମାତ୍ରା ପ୍ରାୟ ୨ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଫଳରେ ପୁଣି ଥରେ ମାର୍ଚ୍ଚ ଶେଷ ଆଡ଼କୁ ରାଜ୍ୟର ତାପମାତ୍ରା ୪୧ରୁ ୪୨ ଡିଗ୍ରି ଛୁଇଁବ।

Comments are closed.