ରିଲିଜ୍ ହେଲା ଫିଲ୍ମ ‘ଥଲାଇଭି’ର ଟ୍ରେଲର୍, ଭିଡିଓ ଭାଇରାଲ

ମୁମ୍ବାଇ: ରିଲିଜ୍ ହେଲା କଙ୍ଗନା ରାନାୱତଙ୍କ ଅଭିନୀତ ଫିଲ୍ମ ‘ଥଲାଇଭି’ର ଟ୍ରେଲର୍। ଫ୍ୟାନ୍ସମାନେ ଏହି ଟ୍ରେଲରକୁ ବେଶ ପସନ୍ଦ କରୁଛନ୍ତି। ଆଜି କଙ୍ଗନାଙ୍କ ଜନ୍ମଦିନ ଅବସରରେ ଏହି ଟ୍ରେଲର ରିଲିଜ୍ ହୋଇଛି। ଏହି ଫିଲ୍ମଟି ତାମିଲନାଡୁର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ, ଯିଏ ଜଣେ ଅଭିନେତ୍ରୀରୁ ରାଜନେତା ହୋଇଥିଲେ । ଫିଲ୍ମକୁ ନେଇ ଫ୍ୟାନ୍ସମାନେ ବେଶ ଉତ୍ସାହିତ ଅଛନ୍ତି। ଏହି ବାୟୋପିକରେ କଙ୍ଗନା ଜୟଲଳିତାଙ୍କ ଭୂମିକାରେ ଅଭିନୟ କରିଛନ୍ତି।
ଟ୍ରେଲରର ସିନ୍ ଏବଂ ଡାଏଲଗ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। କଙ୍ଗନାଙ୍କ ଫ୍ୟାନ୍ସମାନେ ଟ୍ରେଲରକୁ ବହୁତ ପସନ୍ଦ କରୁଛନ୍ତି ଏବଂ ଫିଲ୍ମକୁ ପ୍ରଥମରୁ ବ୍ଲକବଷ୍ଟର ଘୋଷଣା କରିସାରିଛନ୍ତି। ୩ ମିନିଟ ୧୫ ସେକେଣ୍ଡର ଟ୍ରେଲରରେ ଜୟଲଳିତାଙ୍କ ଜୀବନର ଅନେକ କିଛି ଦେଖିବାକୁ ମିଳିଛି। କିଛି ଡାଏଲଗସ୍ ମଧ୍ୟ ଖୁବ୍ ଦମଦାର ହୋଇଛି ଏବଂ ପାର୍ଲିୟାମେଣ୍ଟ ସିନକୁ ବହୁ ପ୍ରଶଂସା କରାଯାଉଛି।
ଟ୍ରେଲର ରିଲିଜ୍ ପୂର୍ବରୁ କଙ୍ଗନା ପୋଷ୍ଟ କରିଥିଲେ,’ ଦେଶର ଆଇରନ୍ ଲେଡି ଯିଏ ତାଙ୍କର ସମ୍ପୁର୍ଣ୍ଣ ଜୀବନ ଲୋକଙ୍କ ଭଲ କରିବାରେ ବିତାଇ ଦେଇଥିଲେ। ସେ ଜଣେ ଅଭିନେତ୍ରୀ ଭାବରେ ଆରମ୍ଭ କରିଥିଲେ ଯାହାକୁ ଲୋକମାନେ ବହୁତ ଭଲ ପାଉଥିଲେ, ପରେ ସେ ଜଣେ ନେତା ହୋଇଥିଲେ ଯାହାକୁ ଲୋକମାନେ ଭରସା କରୁଥିଲେ।‘
ଟ୍ରେଲର ଲଞ୍ଚ ପୂର୍ବରୁ କଙ୍ଗନା ମଧ୍ୟ ତାଙ୍କ ଲୁକ୍ ପୋଷ୍ଟ କରିଥିଲେ। ଥଲାଇଭିରେ କଙ୍ଗନା ଜୟଲଳିତାଙ୍କ ଲୁକ୍ ପାଇଁ କଠିନ ପରିଶ୍ରମ କରିଛନ୍ତି। ସେ ଫଟୋ ପୋଷ୍ଟ କରି କହିଥିଲେ ତାଙ୍କୁ ପ୍ରଥମେ ୨୦କିଲୋଗ୍ରାମ ଓଜନ ବଢାଇବାକୁ ପଡିଥିଲା ଏବଂ ପରେ ଏହାକୁ କମ୍ କରିବାକୁ ପଡିଥିଲା। ଏଏଲ୍ ବିଜୟ ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମଟି ଏପ୍ରିଲ୍ ୨୩, ୨୦୨୧ରେ ସିନେମା ହଲ୍ରେ ରିଲିଜ୍ ହେବ।