Odisha Link
Bridging the Missing Links in Odisha

ଏକ୍ସଆଇଏମବିର ୨୦୪ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦୧ଜଣଙ୍କ ରିପୋର୍ଟ ନେଗେଟିଭ: ବିଏମସି କମିଶନର

ଭୁବନେଶ୍ବର: ଏକ୍ସଆଇଏମବିରେ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହେବା ପରେ ଗତକାଲି ୨୦୪ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲା। ତେବେ ଆଶ୍ୱସ୍ତିକର କଥା ହେଲା ଯେ, ୨୦୪ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦୧ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ବର୍ତମାନ ସ୍ଥିତିରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକ ଉପରେ ସ୍ୱତନ୍ତ୍ର ନଜର ରହିବ ବୋଲି କହିଛନ୍ତି ବିଏମସି କମିଶନର।

ଏହାସହ ରାଣ୍ଡମ ଚେକିଂ ଓ ଟେଷ୍ଟିଂ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ଏହାସହ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଏନଫୋର୍ସମେଂଟକୁ ତ୍ୱରାନ୍ୱିତ କରାଯିବ। ଆଜି ସଂଧ୍ୟାରୁ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ବିଏମସି ପକ୍ଷରୁ ଚଢାଉ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର।

ଗତକାଲି ୪୫ ଜଣ ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ ହେବା ପରେ ଭୁବନେଶ୍ୱର ସ୍ଥିତ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଂଟକୁ ସିଲ୍ କରିଦିଆଯାଇଥିଲା।

Comments are closed.