Odisha Link
Bridging the Missing Links in Odisha

ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକାକରଣ

ନୂଆଦିଲ୍ଲୀ: ପୁଣି ନିଜର କାୟା ବିସ୍ତାର କଲାଣି ମହାମାରୀ କରୋନା। ଦେଶରେ ପୁଣି କରୋନା ସଂକ୍ରମଣ ହାର ଦିନୁ ଦିନ ବଢ଼ିବାରେ ଲାଗିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଏବେ ପୁଣି ଚିନ୍ତାଜନକ ହୋଇ ପଡିଛି। ଏହାକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଏନେଇ ଆଜି ଟିକାକରଣ ନିୟମରେ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସରକାର।

ଏଣିକି ୪୫ ବର୍ଷର ବ୍ୟକ୍ତିଙ୍କୁ ମିଳିବ କରୋନା ଟିକା। ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକାକରଣ କରାଯିବ। କରୋନା ଟିକାକରଣ ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।

ତେବେ ୪୫ ବର୍ଷରୁ ଉର୍ଦ୍ଧ ଲୋକେ ଟିକାକରଣ ପାଇଁ ନାମ ପଞ୍ଜୀକରଣ କରାଇବାକୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ବହୁବିଧ ରୋଗାକ୍ରାନ୍ତ ୪୫ ବର୍ଷରୁ ଅଧିକଙ୍କୁ କରୋନା ଟିକା ମିଳିଥିଲା।

Comments are closed.