Odisha Link
Bridging the Missing Links in Odisha

ରେଭେନ୍ସାରୁ ଆଉ ୨ କରୋନା ପଜିଟିଭ ଚିହ୍ନଟ

କଟକ: ରେଭେନ୍ସାରୁ ଆଉ ୨ କରୋନା ପଜିଟିଭ ଚିହ୍ନଟ। ରେଭେନ୍ସା ମହାନଦୀ ହଷ୍ଟେଲରୁ ପୁଣି ୨ ଜଣ ବିଦ୍ୟାର୍ଥୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରେଭେନ୍ସାରୁ ମୋଟ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ପୂର୍ବରୁ ଜଣେ ଛାତ୍ରଙ୍କ ସହିତ ମନସ୍ତତ୍ବ ବିଭାଗରେ ଦୁଇ ଅଧ୍ୟାପିକା ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ପିଲାଙ୍କୁ ଚିହ୍ନଟ କରାଯାଇ ଟେଷ୍ଟିଂ ଜାରି ରହିଛି। ଏଥିସହ ବିଶ୍ବବିଦ୍ୟାଳୟ ପରିସରକୁ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି।

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୩ ଜଣ କରୋନା ପଗିଟିଭ ଚିହ୍ନଟ ହେବା ପରେ ପରୀକ୍ଷା ବନ୍ଦ କରାଯାଇଥିଲା। ୧୪ ଦିନ ପାଇଁ ପରୀକ୍ଷା ଘୁଞ୍ଚାଇ ଦିଆଯାଇଥିଲା। ଯଦି କୌଣସି ନୂଆ ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ତା’ ଉପରେ ନିଷ୍ପତ୍ତି ନିଆଯିବ ବୋଲି ରେଭେନ୍ସା କୁଳପତି ଅପରାଜିତା ଚୌଧୁରୀ କହିଥିଲେ।