ପୁଣି ଡରାଇଲାଣି କରୋନା, ଦିନକରେ ୫୯,୧୧୮ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ପୁଣି ଡରାଇଲାଣି କରୋନା। ଚିନ୍ତା ବଢାଉଛି ଭାଇରସର ନୂଆ ଷ୍ଟ୍ରେନ୍। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ଦେଶରେ କରୋନା ଗ୍ରାଫ୍ ଉପର ମୁହାଁ ହେଉଥିବା ବେଳେ ଆଜି ଦେଶରେ ଦୈନିକ ସଂକ୍ରମଣ ୬୦ ହଜାର ଛୁଇଁବ।
ଗତ ୨୪ ଘଣ୍ଟାରେ ଦେଶରେ କରୋନା ୫୯,୧୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୫୭ ମୃତ ହୋଇଛି । ଏଥିସହ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୮,୪୬,୬୫୨କୁ ବୃଦ୍ଧି ପାଇଛି। ତେବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪,୨୧,୦୬୬ ରହିଥିବାବେଳେ ୧,୧୨,୬୪,୬୩୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧,୬୦,୯୪୯ କୁ ପହିଞ୍ଚିଛି।