ରାଜଧାନୀରେ ସେକ୍ସ ରାକେଟ୍ ଠାବ, ୨ ଯୁବତୀ ଉଦ୍ଧାର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ସେକ୍ସ ରାକେଟ୍ ଠାବ। ଭୁବନେଶ୍ବର ଲକ୍ଷ୍ମୀସଗାର ଥାନା ଅନ୍ତର୍ଗତ ସାଇଶ୍ରୀ ଏନକ୍ଲେଭରେ ସେକ୍ସ ରାକେଟ୍ ଠାବ ହୋଇଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ, ଭୁବନେଶ୍ବର ଲକ୍ଷ୍ମୀସଗାର ଥାନା ଅନ୍ତର୍ଗତ ସାଇଶ୍ରୀ ଏନକ୍ଲେଭରେ ସେକ୍ସ ରାକେଟ୍ ଚାଲିଥିବା ନେଇ ଅଭିଯୋଗ ହୋଇଥିଲା। ପୂର୍ବ ଯୋଜନା ମୁତାବକ କମିଶନରେଟ୍ ପୋଲିସ ଅଚାନକ ସାଇଶ୍ରୀ ଏନକ୍ଲେଭରେ ଚଢାଉ କରିଥିଲା।
ଚଢାଉ ବେଳେ ସେଠାରେ ସେକ୍ସ ରାକେଟ୍ ଚାଲିଥିବା ଜାଣିବାକୁ ପାଇଥିଲା। ଚଢାଉ ବେଳେ ଦୁଇ ଯୁବକଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ପୋଲିସ। ଏହାସହ ୨ ଯୁବତୀଙ୍କୁ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ।