Odisha Link
Bridging the Missing Links in Odisha

ଆଜି ଭାରତକୁ ଆସୁଛି ଆଉ ୩ ରାଫେଲ

ନୂଆଦିଲ୍ଲୀ: ଆହୁରି ମଜଭୁତ ହେବ ଭାରତୀୟ ବାୟୁସେନା ଚୀନ୍ ସହିତ ଚାଲିଥିବା ସୀମା ବିବାଦ ଭିତରେ ଭାରତୀୟ ବାୟୂୁସେନା ଆହୁରି ମଜଭୁତ ହେବାକୁ ଯାଉଛି। ଆଜି ଯୁଦ୍ଧ ବିମାନ ରାଫାଲର ୩ ଟି ନୂଆ ସଂସ୍କରଣ ଫ୍ରାନ୍ସରୁ ଭାରତ ଆସୁଛି। ଏହି ୩ ଟି ବିମାନ କେଉଁଠି ନ ଅଟକି ସିଧା ୭ ହଜାର କିଲୋମିଟର ଆସି ଭାରତରେ ପହଞ୍ଚିବ। ଆଜି ୩ ଟି ରାଫାଲ ବିମାନ ଆମ୍ବଲା ଏୟାରବେସ୍ ରେ ଲ୍ୟାଣ୍ଡ କରିବ।

ଫ୍ରାନ୍ସ ଏବଂ ଭାରତୀୟ ଦୂତାବାସରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ବାୟୁସେନାର ଏକ ଟିମ୍‌ ରାଫେଲ ଆଣିବା ଲାଗି ପୂର୍ବରୁ ଫ୍ରାନ୍ସ ଯାଇଥିଲେ। ୩ଟି ରାଫେଲ ବାରଡକ୍ସର ମେରିଗ୍ନାକ ବିମାନଘାଟିରୁ ବୁଧବାର ସକାଳ ୭ଟାରେ ଉଡ଼ାଣ ଆରମ୍ଭ କରିଛନ୍ତି। ସନ୍ଧ୍ୟା ପ୍ରାୟ ୭ଟାରେ ବିମାନଗୁଡ଼ିକ ଅମ୍ବାଲାରେ ଅବତରଣ କରିବେ। କେବଳ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ଆକାଶରେ ବିମାନଗୁଡ଼ିକରେ ଇନ୍ଧନ ଭରଣ କରାଯିବ।

ସୂଚନାଯୋଗ୍ୟ, ଭାରତ ଫ୍ରାନ୍ସଠାରୁ ୩୬ଟି ରାଫେଲ ବିମାନ କିଣିବା ଲାଗି ୫୯ ହଜାର କୋଟି ଟଙ୍କାର ଚୁକ୍ତି କରିଛି। ଗତବର୍ଷ ଜୁଲାଇ ୨୮ରେ ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସରୁ ୫ଟି ରାଫେଲ ଯୁଦ୍ଧ ବିମାନ ଆସିଥିଲା। ୨ୟ ପର୍ଯ୍ୟାୟରେ ୩ଟି ବିମାନ ଆସୁଥିବାବେଳେ ଏପ୍ରିଲରେ ୯ଟି ବିମାନ ଆସିବ।

Comments are closed.