Odisha Link
Bridging the Missing Links in Odisha

ପୁଣି ବୁର୍ଲା ଭିସୁଟ୍‌ରେ ର‍୍ୟାଗିଙ୍ଗ

ବୁର୍ଲା: ପୁଣି ବୁର୍ଲା ଭିସୁଟ୍‌ରେ ର‍୍ୟାଗିଙ୍ଗ୍। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟରେ ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି। ଗତ ୨୯ ତାରିଖ ହୋଲି ଦିନ ଭିସୁଟ୍‌ର ବଶିଷ୍ଟ ଛାତ୍ରାବାସରେ କିଛି ଚତୁର୍ଥ ବର୍ଷର ସିନିୟର ଛାତ୍ର ନିଶା ସେବନ କରୁଥିଲେ। ଏହି ସମୟରେ କିଛି ଦ୍ଵିତୀୟ ବର୍ଷର ଜୁନିୟର ଛାତ୍ର ସେହି ରାସ୍ତା ଦେଇ ଯାଇଥିଲେ। ଏଥିରେ ଉତ୍‌କ୍ଷୀପ୍ତ ହୋଇ ସିନିୟର ଛାତ୍ରମାନେ ୪ ଜଣ ଜୁନିୟରଙ୍କୁ ତାଙ୍କ କଠୋରୀରୁ ଡାକି ରାଗିଂ କରିଥିବା ଅଭିଯୋଗ ହୋଇଛି।

ଏପରିକି ୪ ଜଣ ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ୪୦ ରୁ ଉର୍ଦ୍ଧ୍ବ ଛାତ୍ରଙ୍କୁ ରାଗିଂ କରିଥିବା ଅଭିଯୋଗ ହୋଇଛି। ଜୁନିୟର ଛାତ୍ରଙ୍କୁ ଉଲଗ୍ନ କରି ମାଡ଼ ମରାଯିବା ସହିତ ଗଞ୍ଜେଇ ଧୁଆଁ ମୁହଁରେ ଫୁଙ୍କିଥିବା ଅଭିଯୋଗ ହୋଇଛି। ଏନେଇ ଜୁନିୟର ଛାତ୍ରମାନେ ଭିସୁଟର ଆଣ୍ଟି ରାଗିଂ ସେଲରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଏପରିକି ଏହି ଜୁନିୟର ଛାତ୍ରମାନେ ଭୟରେ ଛାତ୍ରାବାସ ଛାଡ଼ି ପଳାଇଥିବା ଜଣାପଡିଛି।

ଏହି ଘଟଣା ସମ୍ପୃକ୍ତ ନଥିବା କିଛି ଛାତ୍ରଙ୍କ ନାମ ମଧ୍ୟ ଅଭିଯୋଗରେ ଉଲ୍ଲେଖ ଥିବାରୁ ଗତକାଲି ୨ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସ୍ଥାନୀୟ କିର୍ବା ଛକରେ ୨ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏପଟେ ଏହି ଘଟଣାକୁ ଚାପିଦେବାକୁ କର୍ତ୍ତୃପକ୍ଷଙ୍କ ପ୍ରୟାସ କରିଛନ୍ତି। ପୂର୍ବରୁ ମଧ୍ୟ ଭିସୁଟରେ ଏପରି ଅନେକ ଥର ରାଗିଂ ଭଳି ସଙ୍ଗୀନ ଅଭିଯୋଗ ହୋଇଛି।

Comments are closed.