Odisha Link
Bridging the Missing Links in Odisha

ବଢ଼ିବ ତାତି, ୩ ଦିନ ଯାଏଁ ନାହିଁ ନିସ୍ତାର

ଭୁବନେଶ୍ୱର: ତତଲା କଡେଇରେ ସିଝୁଛି ଓଡ଼ିଶା। ପ୍ରଚଣ୍ଡ ଖରାରେ ରାଜ୍ୟବାସୀ ଆଉଟୁପାଉଟୁ। ଗତକାଲି ପରି ଆଜି ମଧ୍ୟ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ହିଟ୍‌ୱେଭ୍‌ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେବ।

ଗତକାଲି ୧୬ଟି ସହରରେ ପାରଦ ୪୦ ଡିଗ୍ରୀ ଟପିଥିଲା। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଗତକାଲି ବାରିପଦା ସହରରେ ଅଧିକ ତାତି ଅନୁଭୂତ ହୋଇଥିଲା। ସେଠାରେ ତାପମାତ୍ରା ୪୪. ୬ ଡିଗ୍ରୀ ରେକର୍ଡ କରାଯାଇଥିଲା। ତାଳଚେର, ବୌଦ୍ଧ, ଝାରସୁଗୁଡ଼ା, ବଲାଙ୍ଗିର, ଟିଟିଲାଗଡ଼, ଅନୁଗୁଳ, ସୋନପୁର, ନୟାଗଡ଼, ବାଲେଶ୍ୱର, ହୀରାକୁଦ, ସମ୍ବଲପୁର, ଭବାନୀପାଟଣା, ମାଲକାନଗିରି, ସୁନ୍ଦରଗଡ଼ ଓ କଟକରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।

ଆଗାମୀ ୭ ଦିନରେ ତାପମାତ୍ରା ଆହୁରି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ ବିଭାଗ। ଏହାକୁ ଦୃଷ୍ଟିରେ ରଖି ୨୦ ଜିଲ୍ଲା ପାଇଁ ୱେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ଚିଠି ଲେଖିଛନ୍ତି। ଏଥିସହିତ ତାତିକୁ ନେଇ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି।

Comments are closed.