Odisha Link
Bridging the Missing Links in Odisha

ଯାତ୍ରୀଙ୍କୁ ଗାଡ଼ିରୁ ଠେଲି ଦେଲେ ‘ମୋ ବସ୍’ କର୍ମଚାରୀ !

ଭୁବନେଶ୍ୱର: ଯାତ୍ରୀଙ୍କୁ ଚଳନ୍ତା ଗାଡ଼ିରୁ ଠେଲି ଦେଲେ ‘ମୋ ବସ୍’ କର୍ମଚାରୀ। ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ବସ୍ କର୍ମଚାରୀଙ୍କ ବିରୋଧରେ। ଗତକାଲି ଭୁବନେଶ୍ୱର ହଂସପାଳ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି।

ଅଭିଯୋଗ ମୁତାବକ ବାଲିଅନ୍ତା ଡିହ ବାଲିଅନ୍ତାର ନିର୍ମଳେନ୍ଦୁ ପରିଡ଼ା ନାମକ ବ୍ୟକ୍ତି ‘ମୋ ବସ୍‌’ରେ ଯାତ୍ରା କରୁଥିଲେ। ହଂସପାଳ ଛକରେ ଓହ୍ଲାଇବା ପାଇଁ ଖାରବେଳନଗରରୁ ‘ମୋ ବସ୍‘ରେ ଚଢ଼ିଥିଲେ। ହେଲେ ବସ୍ ଭିତରେ ଟିକେଟ୍ ପଇସା ଫେରସ୍ତ ନେଇ ଯୁକ୍ତିତର୍କ ହୋଇଥିଲା। ଏହାପରେ ସେ ଓହ୍ଲାଇବାବେଳେ ତାଙ୍କୁ ବସ୍ କର୍ମଚାରୀ ଠେଲି ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

ଚଳନ୍ତା ଗାଡ଼ିରୁ  ଯାତ୍ରୀଙ୍କୁ ଠେଲିବାରୁ ଯାତ୍ରୀ ଜଣକ ତଳେ ଯାଇଥିଲେ ଏବଂ ତାଙ୍କ ଗୋଡ଼ ଉପରେ ବସ୍ ଚଢ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ତାଙ୍କ ପରିବାର ଲୋକେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଇଛନ୍ତି ।

ତେବେ କେଉଁ କାରଣରୁ ବସ୍ କର୍ମଚାରୀ ଯାତ୍ରୀଙ୍କୁ ଚଳନ୍ତା ଗାଡ଼ିରୁ ଠେଲି ଦେଲେ ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟ ପଟେ ଏହି ଘଟଣାକୁ ନେଇ ‘ମୋ ବସ୍’ କର୍ମଚାରୀ କିମ୍ବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

Comments are closed.