କାୟା ମେଲାଉଛି କରୋନା: ଦିନକରେ ୫୩,୪୮୦ ଆକ୍ରାନ୍ତ

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢ଼ାଇଲାଣି ମହାମାରୀ କରୋନା। ଦେଶରେ ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ୫୩ ହଜାର ୪୮୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩୫୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ,୨୧ ଲକ୍ଷ ୪୯ ହଜାର ୩୩୫କୁ ବୃଦ୍ଧି ପାଇଛି।
ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା୫ ଲକ୍ଷ ୫୨ହଜାର ୫୬୬ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୧ କୋଟି ୧୪ ଲକ୍ଷ ୩୪ ହଜାର ୩୦୧ରେ ପହଞ୍ଚିଛି। ଏଥିସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୨ ହଜାର ୪୬୮କୁ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।