ରାଜ୍ୟରେ ଅଣାୟତ୍ତ କରୋନା: ୨୪ ଘଣ୍ଟାରେ ୪୬୧ ପଜିଟିଭ୍ ଚିହ୍ନଟ
ନୂଆପଡ଼ାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ବଢ଼ିଚାଲିଛି ମହାମାରୀ କରୋନା ସଂକ୍ରମଣ। ବିଗତ କିଛିଦିନ ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ରାଜ୍ୟରେ ୨୪ଟି ଜିଲ୍ଲାରୁ ୪୬୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୭୨ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୮୯ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୪୧ ହଜାର ୭୭୨ ବଢ଼ିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ନୂଆପଡ଼ାରୁ ୮୬ ଜଣ, ସୁନ୍ଦରଗଡ଼ରୁ ୬୨ ଜଣ, ଖୋର୍ଦ୍ଧାରୁ ୬୯ ଜଣ, କଳାହାଣ୍ଡିରୁ ୩୬ ଜଣ,ବରଗଡ଼ରୁ ୩୨ ଜଣ, ଅନୁଗୁଳରୁ ୨୭ ଜଣ, କଟକରୁ ୨୨ ଜଣ, ବାଲେଶ୍ବର ଓ ସମ୍ବଲପୁରରୁ ୧୬ ଜଣ ଲେଖାଏଁ, ଝାରସୁଗୁଡାରୁ ୧୩ ଜଣ, ପୁରୀରୁ ୯ ଜଣ, ଯାଜପୁରରୁ ୮ ଜଣ, ରାୟଗଡ଼ାରୁ ୭ ଜଣ, ଭଦ୍ରକ ଓ ଗଞ୍ଜାମରୁ ୫ ଜଣ ଲେଖାଏଁ, କନ୍ଧମାଳ, କୋରାପୁଟ, ମୟୂରଭଞ୍ଜ ଓ ସୋନପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, ବଲାଙ୍ଗୀର ୩ ଜଣ, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାରୁ ୨ ଜଣ ଲେଖାଏଁ, ନୟାଗଡ଼ରୁ ଜଣେ ଏବଂ ଷ୍ଟେଟ୍ ପୋଲ୍ରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୪୧ ହଜାର ୭୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୮୩୭ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୩ ଲକ୍ଷ ୩୭ ହଜାର ୨୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୯୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି।