Odisha Link
Bridging the Missing Links in Odisha

ପୁଣି ଭୟ ବଢ଼ାଇଲା କରୋନା: ୨୪ ଘଣ୍ଟାରେ ୩୫୮ ନୂଆ ଆକ୍ରାନ୍ତ ଚିହ୍ନଟ

ଓଏଲ୍‌ ବ୍ୟୁରୋ: ପୁଣି ଭୟ ବଢ଼ାଇଲା କରୋନା। ଦେଶରେ ପୁଣିଥରେ କରୋନା ମାମଲା ବଢ଼ିବାରେ ଲାଗିଛି। କରୋନାର ନୂଆ ସବ୍‌ ଭାରିଏଣ୍ଟ ଭାରତରେ ଚିହ୍ନଟ ହେବା ପରେ ଏବେ ସମସ୍ତଙ୍କ ମନରେ ଛନକା। କାରଣ ଭାରତରେ ଦ୍ରୁତଗତିରେ ସଂକ୍ରମଣ କରିବାର କ୍ଷମତା ରଖିଥିବା ଜେଏନ ୧ ଭାରିଏଣ୍ଟ ୨୧ ଜଣଙ୍କ ଶରୀରରୁ ଠାବ ହୋଇଛି। ଗୋଆ, କେରଳ ଓ ମହାରାଷ୍ଟ୍ରରେ ଏହି ଭାରିଏଣ୍ଟରେ ମୋଟ ୨୧ ଜଣ ଏଯାଏ ଆକ୍ରାନ୍ତ ହେଲେଣି। ଲ୍ୟାବ ଟେଷ୍ଟରୁ ସମସ୍ତେ ଜେଏନ ୧ରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଏହା ସହ ଗତ ୨୪ ଘଣ୍ଟାରେ ୩୫୮ ନୂଆ ଆକ୍ରାନ୍ତ ଚିହ୍ନଟ କରାଯାଇଛି।

ଅନ୍ୟପଟେ, ଆତଙ୍କିତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ଏବେ ଶୀତ ଓ ପାର୍ବଣ ଋତୁ ଚାଲୁଥିବାରୁ ସତର୍କ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡାକ୍ତର ଭିକେ ପଲ୍ କହିଛନ୍ତି, କେହି ବି ସ୍ଥିତିକୁ ଦେଖି ଆତଙ୍କିତ ହୁଅନ୍ତୁ ନାହିଁ। ବିଶେଷଜ୍ୟମାନେ ନୂଆ ଭାରିଏଣ୍ଟ ଉପରେ ନଜର ରଖିଛନ୍ତି। ତଥାପି ରାଜ୍ୟଗୁଡ଼ିକ କରୋନାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରନ୍ତୁ। ସେମାନେ ଟେଷ୍ଟ ବଢ଼ାନ୍ତୁ ଓ ସର୍ଭେଲାନ୍ସ ବ୍ୟବସ୍ଥାକୁ ଅଧିକ ସଶକ୍ତ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।।

Leave A Reply

Your email address will not be published.