Odisha Link
Bridging the Missing Links in Odisha

ଅନୁଗୁଳ: ବଡ଼ଦିନ ଛୁଟିରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବେ ଶିକ୍ଷକ

ଓଏଲ୍‌ ବ୍ୟୁରୋ: ଆଗକୁ ମାଟ୍ରିକ ପରୀକ୍ଷା। ଏହାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ନେଇଛି ବଡ଼ ନିଷ୍ପତ୍ତି। ଏଣିକି ବଡ଼ଦିନ ଛୁଟିରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବେ ଅନୁଗୁଳ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀ। ମାଟ୍ରିକ ପିଲାଙ୍କ ପାଇଁ ୨୧ ରୁ ୩୦ ଡିସେମ୍ବର ଯାଏ ଜିଲ୍ଲାରେ ଆୟୋଜନ କରାଯାଇଛି କୋଚିଂ କ୍ୟାମ୍ପ। ଏନେଇ ଜିଲ୍ଲାର ସବୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଚିଠି କରି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ।

ଆଗକୁ ମାଟ୍ରିକା ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀଙ୍କୁ ଭଲ ଭାବେ ଶିକ୍ଷା ପ୍ରଦାନ କରିବାକୁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ। ସେଥିପାଇଁ ଏଭଳି ଅଭିନବ ପଦକ୍ଷେପ ନେଇଛି ପ୍ରଶାସନ। ଜିଲ୍ଲା ଅଧିକାରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଦକ୍ଷତା ଅନୁଯାୟୀ A ଓ B ଦୁଇଟି ବର୍ଗରେ ବିଭକ୍ତ କରି କୋଚିଂ ଦିଆଯିବ। A ଗ୍ରୁପ୍ ପାଇଁ ବିଭିନ୍ନ ସ୍କୁଲରେ ବ୍ୟବସ୍ଥା କରାଯାଇଛି। ଟ୍ୟାଗ ହୋଇଥିବା ସ୍କୁଲକୁ ଯାଇ ପିଲା କୋଚିଂ ନେବେ। କିନ୍ତୁ B ଗ୍ରୁପ୍ ପିଲାମାନେ ନିଜ ସ୍କୁଲରେ କୋଚିଂ ନେବେ। ଏଥିପାଇଁ ପୂରା ଜିଲ୍ଲାର ସ୍କୁଲ ଗୁଡ଼ିକରେ ପ୍ରସ୍ତୁତି କରାଯାଇଛି।

ଅପରପକ୍ଷେ ଜିଲ୍ଲାର ପ୍ରତି ସ୍କୁଲରେ ଆସନ୍ତା ବୋର୍ଡ ପରୀକ୍ଷାରେ ୩ ପ୍ରତିଶତ A1 ଗ୍ରେଡ ଓ ୫ ପ୍ରତିଶତ A2 ଗ୍ରେଡ ପାସ୍ ହାର ପାଇଁ ଟାର୍ଗେଟ ଦିଆଯାଇଛି। ଏସବୁ ମଧ୍ୟରେ ଅସନ୍ତୋଷ ଜାହିର କରିଛନ୍ତି ଶିକ୍ଷକ। ବଡ଼ଦିନ ଛୁଟି ରାଜ୍ୟର ସବୁ ଜିଲ୍ଲାରେ ଲାଗୁ ହେଉଥିବା ବେଳେ ଅନୁଗୁଳ ଜିଲ୍ଲାରେ ଛୁଟି ବାତିଲ ହୋଇଥିବାରୁ, ଶିକ୍ଷକ ମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.