Odisha Link
Bridging the Missing Links in Odisha

କରୋନା: ରାଜ୍ୟର ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ

ଭୁବନେଶ୍ବର: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା। ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହାର ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି।

୧୦ ଜିଲ୍ଲା ସୁନ୍ଦରଗଡ, ବଲାଙ୍ଗିର, ନୂଆପଡା, ସମ୍ବଲପୁର, ଝାରସୁଗୁଡା, କଳାହାଣ୍ଡି, ନବରଙ୍ଗୁପର, କୋରାପୁଟ, ମାଲକାନାଗିରି ଏବଂ ବରଗଡ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି।

ରାତି ୧୦ଟାରୁ ଭୋର ୫ ଟା ଯାଏଁ ରାଜ୍ୟର ଏହି ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁହେବ। ଆସନ୍ତା ଏପ୍ରିଲ ୫ ତାରିଖରୁ ନାଇଟ କର୍ଫ୍ୟୁ ଲାଗୁ ହେବ। କରୋନା ସଂକ୍ରମଣ ବୃଦ୍ଧି ପରେ ସ୍ବତନ୍ତ୍ର ରିଲିଫ୍‌ କିମିଶନର ଏହି ନିର୍ଦ୍ଦେଶ ଦେଇଛନ୍ତି। ‌ 

Comments are closed.