Odisha Link
Bridging the Missing Links in Odisha

ସିଏମସିର ନୂଆ ଗାଇଡଲାଇନ ଜାରି

ଭୁବନେଶ୍ୱର: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନ। ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହାର ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିଏମସି ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି।

ସିଏମସି ପକ୍ଷରୁ ଜାରି ଗାଇଡଲାଇନ ମୁତାବକ ଏଣିକି ବିବାହ ଉତ୍ସବରେ ୧୦୦ କେବଳ ଜଣଙ୍କୁ ପାଇଁ ଅନୁମତି ମିଳିଛି। ଏଥିସହ ଶୁଦ୍ଧି କାର୍ଯ୍ୟରେ କେବଳ ୫୦ ଜଣଙ୍କୁ ଅନୁମତି ଦିଆଯାଇଛି। ବିବାହ ଓ ଶୁଦ୍ଧି କାର୍ଯ୍ୟରେ କୋଭିଡ କଟକଣା କଡ଼ାକଡ଼ି ହେବ।

ସଭା ସମ୍ମିଳନୀ ଓ ସମାବେଶ ଉପରେ ସିଏମସି କଟଣା ଲଗାଯାଇଛି। ଏଥିସହ କୌଣସି ଅନୁଷ୍ଠାନର ସୁବର୍ଣ୍ଣ, ରୌପ୍ୟ ଓ ଶତବାର୍ଷିକୀ ପାଳନରେ ରୋକ ଲଗାଯାଇଛି।

ଗତକାଲି ବିଏମସି ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରିକରା ଯାଇଥିବାବେଳେ ଆଜି ସିଏମସି ପକ୍ଷରୁ ଜାରି କରାଯାଇଛି। ଆସନ୍ତା ୬ ତାରିଖରୁ ଏହି ନୂଆ ଗାଇଡଲାଇନ ଲାଗୁ କରାଯିବ ବୋଲି ଜଣାଯାଇଛି।

Comments are closed.