Odisha Link
Bridging the Missing Links in Odisha

ଜୟନାରାୟଣ ଓ ବିଷ୍ଣୁ ଚପଲ ଫିଙ୍ଗିଛନ୍ତି : ପ୍ରମିଳା

ଭୁବନେଶ୍ୱର: ବିଧାନସଭାରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ବିଜେପି ସଦସ୍ୟମାନେ ଗୃହରେ ହୋହାଲ୍ଲା ଓ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ଇୟର ଫୋନ ଓ କାଗଜ ଫିଙ୍ଗିଛନ୍ତି। ତେବେ ବିଧାୟକ ବିଷ୍ଣୁ ସେଠୀ ଓ ଜୟନାରାୟଣ ମିଶ୍ର ଚପଲ ଫିଙ୍ଗିଥିବା ନେଇ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ।

ଅନ୍ୟପକ୍ଷରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗାଯାଇଥିବା ବିଷ୍ଣୁ ସେଠୀ କହିଛନ୍ତି । କିଏ ଜଣେ ନୂଆ ବିଧାୟକ ଚପଲ ଫିଙ୍ଗିଥିବା ସେ କହିଛନ୍ତି । ତେବେ ସେ ଚପଲ ଫିଙ୍ଗିନଥିବା ଶ୍ରୀ ସେଠୀ କହିଛନ୍ତି। କଲମ ଓ ହେଡଫୋନ ଫିଙ୍ଗିଥିବା ସେ ସ୍ୱୀକାର କରିଛନ୍ତି । ବିଧାନସଭାରେ ବିରୋଧୀଙ୍କ ହୋହାଲ୍ଲା ଭିତରେ ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ ପାରିତ ହେବା ପରେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ଫିଙ୍ଗାଯାଇଥିଲା ।

ଏହି ଘଟଣାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସମସ୍ତ କଥାକୁ ବିଚାର କରୁଛି। ତର୍ଜମା କରୁଛି। ଆଇନ ତା’ ବାଟରେ ଯିବ। କେହି ବନ୍ଦ କରିପାରିବେନି। ବିଧାନସଭାରେ ଉଠାଯାଇଥିବା ଫଟୋ ପରୀକ୍ଷା କରୁଛି। ସବୁ ପ୍ରମାଣ ମିଳିସାରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments are closed.