Odisha Link
Bridging the Missing Links in Odisha

ବିଜାପୁର ଏନ୍‌କାଉଣ୍ଟର୍: ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଅମିତ ଶାହ

ନୂଆଦିଲ୍ଲୀ: ଛତିଶଗଡ଼ ବିଜାପୁର-ସୁକମା ସୀମାନ୍ତରେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଯବାନମାନଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିପାଇଁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏନ୍‌କାଉଣ୍ଟର୍‌ ସ୍ଥଳକୁ ଯାଇଛନ୍ତି। ଗୃହମନ୍ତ୍ରୀଙ୍କ ସହ ଛତିଶଗଡ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଛନ୍ତି।

ଏଥିସହ ହସ୍ପିଟାଲର ଚିକିତ୍ସିତ ହେଉଥିବା ଯବାନମାନଙ୍କୁ ଭେଟିବେ ଗୃହମନ୍ତ୍ରୀ ଅମିତ ଶାହ। ଏନ୍‌କାଉଣ୍ଟର୍‌ ଘଟଣାର ଅନୁଧ୍ୟାନ କରିବେ ଶାହ।

ସୂଚନାଯୋଗ୍ୟ, ବିଜାପୁର-ସୁକମା ସୀମାନ୍ତରେ ଥିବା ଜଙ୍ଗଲରେ ଶନିବାର ଦିନ ମାଓବାଦୀଙ୍କ ଅତର୍କିତ ଆକ୍ରମଣରେ ୨୨ଜଣ ଯବାନ ସହିଦ ହୋଇଛନ୍ତି। ଏବଂ ୩୦ ଜଣ ଯବାନ ଆହତ ହୋଇ ହସ୍ପିଟାଲର ଚିକିତ୍ସିତ ହେଉଛନ୍ତି।

Comments are closed.