Odisha Link
Bridging the Missing Links in Odisha

ହସ୍ପିଟାଲରେ ଭର୍ତ୍ତି ହେଲେ ଅକ୍ଷୟ କୁମାର

ଗତକାଲି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ

ମୁମ୍ବାଇ: ରବିବାର ପଜିଟିଭ ଚିହ୍ନଟ ହୋଇଥିଲେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର। ସ୍ବାସ୍ଥ୍ୟଅବସ୍ଥା ବିଗିଡ଼ିବାରୁ ସୋମବାର ଦିନ ମେଡିକାଲରେ ଭର୍ତ୍ତି ହେଲେ ଅକ୍ଷୟ କୁମାର। ଏନେଇ ସେ ନିଜେ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି। ଏଥିସହ ଅକ୍ଷୟ ନିଜ ସ୍ୱାସ୍ଥ୍ୟଗତ ଅପ୍‌ଡେଟ ମଧ୍ୟ ଦେଇଛନ୍ତି।

ଅକ୍ଷୟ ନିଜ ଇନ୍‌ଷ୍ଟାଗ୍ରାମରେ ଫଟୋ ସେଆର କରି ଲେଖିଛନ୍ତି, ମୋ ଆରୋଗ୍ୟ କାମନା କରି ପ୍ରାର୍ଥନା କରିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଲାଗୁଛି ଆପଣମାନଙ୍କ ପ୍ରାର୍ଥନା କାମ କରୁଛି। ମୁଁ ଏବେ ଧୀରେ ଧୀରେ ସୁସ୍ଥ ଅନୁଭବ କରୁଛି, କିନ୍ତୁ ଡାକ୍ତରୀ ପରାମର୍ଶ ଅନୁଯାୟୀ ସତର୍କତା ଭାବରେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁଁ ଆଶା କରୁଛି ଶୀଘ୍ର ଘରକୁ ଫେରିବି।’

Comments are closed.