Odisha Link
Bridging the Missing Links in Odisha

କୋଚିଂ ସେଣ୍ଟର ସିଲ୍ କଲା ବିଏମ୍‌ସି

ଭୁବନେଶ୍ବର: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା। ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ସେଥିପାଇଁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ କୋଭିଡ୍ ଗାଇଡ୍ ଲାଇନ୍ ଲାଗୁ କରାଯାଇଛି। କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ବର ସ୍ଥିତ ଏକ କୋଚିଂ ସେଣ୍ଟର ସିଲ୍ ହୋଇଛି।  ହାପି କ୍ଲାସେସ କୋଚିଂ ସେଣ୍ଟରକୁ ସିଲ୍ କରିଛି ଭୁବନେଶ୍ବର ମହାନଗର ନିଗମ।

ସୂଚନାଯୋଗ୍ୟ, ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ମାସ୍କ ପରିଧାନ ସହ ସାମାଜିକ ଦୂରତା ବଜାୟ ରଖିବାକୁ କୋଭିଡ୍ ଗାଇଡ୍ ଲାଇନ୍ ଜାରି କରାଯାଇଛି। ମାତ୍ର କିଛି କୋଚିଂ ସେଣ୍ଟରେ ଏହାକୁ ଖୋଲାଖୋଲି ଉଲଂଘନ କରାଯାଉଛି । ଏନେଇ ଖବର ପାଇବା ପରେ ଭୁବନେଶ୍ବର ମହାନଗର ନିଗମର ଏକ ଟିମ୍ ସଂପୃକ୍ତ କୋଚିଂ ସେଣ୍ଟରରେ ଚଢାଉ କରିଥିଲା।

ଚଢାଉ ବେଳେ କୋଭିଡ୍ ଗାଇଡ୍ ଲାଇନ୍ ଉଲଂଘନ କରାଯାଇଥିବା ବିଏମସି ଅଧିକାରୀଙ୍କ ନଜରକୁ ଆସିଥିଲା। ଫଳରେ କୋଚିଂ ସେଣ୍ଟରକୁ ସିଲ୍ କରାଯାଇଛି ।

Comments are closed.