Odisha Link
Bridging the Missing Links in Odisha

ଆବଶ୍ୟକ ପଡିଲେ ଡେ-କର୍ଫ୍ୟୁ ଲାଗୁ ହୋଇପାରେ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା। ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ଏଥିସହ ଗତକାଲି ଠାରୁ ଡେ କର୍ଫ୍ୟୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏନେଇ ପ୍ରତିକ୍ରି୍ୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।

ସ୍ବାସ୍ଥ୍ୟମନ୍ତ୍ରୀ ନବଦାସ କହିଛନ୍ତି, ଆବଶ୍ୟକ ପଡିଲେ ଡେ, କର୍ଫ୍ୟୁ ଲାଗୁ ହୋଇପାରେ। କୋଭିଡ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ସରକାର। ଜିଲ୍ଲାପାଳ ମାନଙ୍କ କୋଭିଡ ତଥ୍ୟକୁ ଆଧାର କରି କର୍ଫ୍ୟୁ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଗତକାଲି ଏ ପ୍ରସଙ୍ଗରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଦିନବେଳା କର୍ଫ୍ୟୁ ଲାଗୁ ହେବା ନେଇ ପ୍ରତିକ୍ରିୟା ଦେଇଥିଲେ। ପରେ ଏନେଇ ସ୍ପଷ୍ଟୀକରଣ ରଖି ଏସଆରସି କହିଥିଲେ, ବର୍ତ୍ତମାନ କୈଣସି କର୍ଫ୍ୟୁ ଲାଗିବା ନେଇ ଯୋଜନା ନାହିଁ।

ଅନ୍ୟପଟେ ରାଜ୍ୟରେ ଆଜି ୫ଶହ ଟପିଛି ଦୈନିକ କରୋନା ସଂକ୍ରମଣ ହାର। ଦିନକରେ ୫୭୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟାଇନରୁ ୩୩୭ ଓ ଲୋକାଲ କେସ୍ ରହିଛି ୨୩୬। ଫଳରେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୩ହଜାର ୨୬୮କୁ ପହଞ୍ଚିଛି।

Comments are closed.