Odisha Link
Bridging the Missing Links in Odisha

ଅକ୍ଷୟ କୁମାରଙ୍କ ପରେ କରୋନା ପଜିଟିଭ୍ ଚିହ୍ନଟ ହେଲେ ଗୋବିନ୍ଦା

ମୁମ୍ବାଇ: ବଲିଉଡରେ କରୋନା ଭାଇରସ୍ ବ୍ୟାପିବାରେ ଲାଗିଛି। ଅଭିନେତା ଅକ୍ଷୟ କୁମାରଙ୍କ ପରେ ଏବେ ଗୋବିନ୍ଦା କରୋନା ସଂକ୍ରମିତ ହୋଇଛନ୍ତି। ଏବେ ଗୋବିନ୍ଦା ହୋମ୍ କ୍ୱାରେଣ୍ଟାଇନରେ ଥିବାବେଳେ ଘରେ ତାଙ୍କର ଚିକିତ୍ସା କରାଯାଉଛି।

ଗୋବିନ୍ଦା କରୋନା ସଂକ୍ରମିତ ହୋଇଥିବା ନେଇ ତାଙ୍କ ମୁଖପାତ୍ର ସୂଚନା ଦେଇଛନ୍ତି। ଗୋବିନ୍ଦାଙ୍କ ଠାରେ କରୋନାର ସ୍ୱଳ୍ପ ଲକ୍ଷଣ ରହିଛି । ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଆହୁଜା ଅଭିନେତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରିବାକୁ ଅନୁରୋଧ କରିଛନ୍ତି । ଏଥିସହ ଶୀଘ୍ର ଠିକ୍ ହେବା ନେଇ ଗୋବିନ୍ଦା ତାଙ୍କର ଫ୍ୟାନ୍ସଙ୍କ ଠାରୁ ଆଶୀର୍ବାଦ ମାଗିଛନ୍ତି ।

ସୂଚନା ଅନୁସାରେ, ଗୋବିନ୍ଦା ରବିବାର ସକାଳେ କୋଭିଡ୍ ଟେଷ୍ଟ କରିଥିଲେ। ଯେଉଁଥିରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ପରିବାରର ଅନ୍ୟ ସଦସ୍ୟଙ୍କ କୋଭିଡ୍ ଟେଷ୍ଟ କରାଯାଇଥିବା ବେଳେ ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଥିବା ଜଣାପଡ଼ିଛି।

ଗୋବିନ୍ଦାଙ୍କ ପୂର୍ବରୁ ଅକ୍ଷୟ କୁମାର କୋଭିଡ୍ ସଂକ୍ରମିତ ହୋଇଥିଲେ। ଅକ୍ଷୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏନେଇ ସୂଚନା ଦେଇଥିଲେ। ସେ ଘରେ କ୍ୱାରେଣ୍ଟାଇନରେ ଅଛନ୍ତି।

Comments are closed.