Odisha Link
Bridging the Missing Links in Odisha

ହସ୍ପିଟାଲ ଯିବେ କହି ଘରୁ ଆସିଥିଲେ ଛାତ୍ରୀ, ଏବେ ଢେଙ୍କାନାଳରୁ ମିଳିଲା ମୃତ ଦେହ

ବାଲେଶ୍ବରରୁ ନିଖୋଜ ହୋଇଥିଲେ, ଢେଙ୍କାନାଳରୁ ମିଳିଲା ମୃତ ଦେହ

ଢେଙ୍କାନାଳ: ଘରେ ହସ୍ପିଟାଲ ଯିବେ କହି ବାହାରିଥିଲେ କଲେଜ ଛାତ୍ରୀ। ତାପରେ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ଆଉ ଏବେ ମିଳିଛି ମୃତଦେହ। ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଞ୍ଚଳର ନିଖୋଜ ଥିବା ନାବାଳିକା କଲେଜ ଛାତ୍ରୀଙ୍କ ମୃତଦେହ ଢେଙ୍କାନାଳ ଜିଲ୍ଲାରୁ ଉଦ୍ଧାର ହୋଇଛି। ଅପରପକ୍ଷେ ସଦର ଥାନା ପୁଲିସ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଥିବା ସୂଚନା ରହିଛି।

ମିଳିଥିବା ସୂଚନା ମୁତାବିକ, ଗତ ଗୁରୁବାରଠୁ ନାବାଳିକା ଜଣକ ଘରୁ ଆସିବା ପରେ ଆଉ ଘରକୁ ଫେରି ନଥିଲେ। ଘର ଲୋକେ ଝିଅକୁ ବହୁତ ଖୋଜାଖୋଜି କରିବା ପରେ ପତ୍ତା ପାଇ ନଥିଲେ। ଯାହାଫଳରେ ଶେଷରେ ଝିଅକୁ ନପାଇବାରୁ ଖଇରାଥାନାରେ ଅଭିଯୋଗ କରିଥିଲେ। ଏହାପରେ ଗତକାଲି ଢେଙ୍କାନାଳ ସଦର ଥାନା ବନ୍ଧନୂଆଗାଁ ଅଞ୍ଚଳରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ‌ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସେହି ଗାଁର ଜଣେ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

ମୃତ ଛାତ୍ରୀଙ୍କ ବାପା ଗଣମାଧ୍ୟମକୁ କହିଛନ୍ତି ଯେ, ମୃତ ଛାତ୍ରୀଙ୍କ ବାପା କହିଛନ୍ତି, ‘ହସ୍ପିଟାଲ‌ ଯିବ ବୋଲି କହି ଗୁରୁବାର ସକାଳ ୮ଟାରେ ଘରକୁ ପଳାଇ ଆସିଥିଲା। ଘରକୁ ନ ଫେରିବାରୁ ବହୁ ଖୋଜାଖୋଜି କରାଯାଇଥିଲା। ହେଲେ କୌଣସି ପତ୍ତା ମିଳିନଥିଲା। ତାପରେ ଯାଇ ଆମେ ଥାନାରେ ଅଭିଯୋଗ କରିିଥିଲୁ ବୋଲି କହିଥିଲେ ମୃତ ଯୁବତୀଙ୍କ ବାପା।

Comments are closed.