ରାଜ୍ୟରେ ୫ଶହ ଟପିଲା କରୋନା, ଖୋର୍ଦ୍ଧାରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା। ଦିନକୁ ଦିନ ସଂକ୍ରମଣ ହାର ବଢୁଥିବା ବେଳେ ରାଜ୍ୟରେ କରୋନା ଗ୍ରାଫ୍ ମଧ୍ୟ ଉପରମୁହାଁ ରହିଛି। ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ୨୪ ଘଣ୍ଟା ମଧ୍ୟରେ ୫୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
Related Posts
ସୁନ୍ଦରଗଡ ଜିଲ୍ଲାରୁ ୮୦, ନୂଆପଡା ଜିଲ୍ଲାରୁ ୬୦, ବରଗଡ ୪୩, ଝାରସୁଗୁଡା ୩୯, ଅନୁଗୁଳ ୩୨, କଟକ ୨୮, କଳାହାଣ୍ଡି ୨୪, ବଲାଙ୍ଗିର ୫୦, ରାୟଗଡା ୧୬, ମୟୂରଭଂଜ ୧୩, ବାଲେଶ୍ୱର ୧୧, କେନ୍ଦୁଝର ୮, ଗଂଜାମ ୮, ନବରଙ୍ଗପୁର, ଗଜପତି, କୋରାପୁଟ ଓ ଭଦ୍ରକରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।
Comments are closed.