Odisha Link
Bridging the Missing Links in Odisha

ତିନି ସପ୍ତାହ ପାଇଁ ପରିବା ହାଟ ବନ୍ଦ କଲା ପ୍ରଶାସନ

ରାସ୍ତାରେ ପରିବା ଢାଳି ପ୍ରତିବାଦ

ଝାରସୁଗୁଡ଼ା: କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ୩ ସପ୍ତାହ ପାଇଁ ସାପ୍ତାହିକ ହାଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଦୈନିକ ବଜାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଗତ ରାତିରୁ ରାତ୍ରୀକାଳୀନ କର୍ଫ୍ୟୁ ମଧ୍ୟ ଲାଗୁ ହୋଇଛି।

ଆଜି ସକାଳୁ ପରିବା ବିକ୍ରି ପାଇଁ ଆସିଥିବା ବ୍ୟବସାୟୀଙ୍କୁ ପୋଲିସ ସହର ଭିତରକୁ ପଶିବାକୁ ଅନୁମତି ଦେଇନଥିବା ଜଣାପଡ଼ିଛି। ଯାହାର ତୀବ୍ର ପ୍ରତିବାଦ କରିଛନ୍ତି ପରିବା ବିକାଳି। ରାସ୍ତା ଉପରେ ବସ୍ତା ବସ୍ତା ପରିବାକୁ ଢ଼ାଳି ନଷ୍ଟ କରି ପ୍ରତିବାଦ କରିଛନ୍ତି।

ଝାରସୁଗୁଡ଼ା ସହରରେ ଥିବା ଏକ ମାତ୍ର ବଜାରକୁ ପ୍ରଶାସନ କରୋନା କଟକଣା କରି ବନ୍ଦ କରି ଦେଇଛି। ଫଳରେ ଏହି ବଜାର ଉପରେ ନିର୍ଭର କରୁଥିବା ଚାଷୀ ଏବଂ ପରିବା ବ୍ୟବସାୟୀମାନେ ପରିବା ବିକ୍ରି କରି ନପାରି ଅସୁବିଧା ସମ୍ମୁଖୀନ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ସାପ୍ତାହିକ ହାଟ ଓ ଦୈନିକ ହାଟ ବନ୍ଦ କରି ଦିଆଯାଇ ସହରର ବିଭିନ୍ନ ସ୍ଥାନରେ ପରିବା ବିକ୍ରି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

Leave A Reply

Your email address will not be published.