Odisha Link
Bridging the Missing Links in Odisha

ଟିଏମ୍‌ସି ନେତାଙ୍କ ଘରୁ ମିଳିଲା ଇଭିଏମ୍‌ ମେସିନ୍, ନିଲମ୍ବିତ ହେଲେ କର୍ମଚାରୀ

ପଶ୍ଚିମବଙ୍ଗରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି

କୋଲକାତା: ପଶ୍ଚିମବଙ୍ଗରେ ଚାଲିଛି ବିଧାନସଭା ନିର୍ବାଚନ। ଏହାରି ମଧ୍ୟରେ ଟିଏମସି ନେତାଙ୍କ ଘରୁ ମିଳିଲା ଇଭିଏମ୍‌ ମେସିନ। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗର ଉଲୁବେରିଆ ଉତ୍ତରର ଜଣେ ବିଜେପି ପ୍ରାର୍ଥୀ ଚିରନ ବେରା।

ମତଦାନ ପୂର୍ବ ଦିନ ରାତିରେ ଟିଏମସି ନେତା ଗୌତମ ଘୋଷଙ୍କ ଘର ବାହାରେ ଇଭିଏମ୍‌ ଓ ଭିଭିପାଟ୍‌ ମେସିନ୍‌ ମିଳିଥିବା ନେଇ ଅଭିଯୋଗ କରିଛନ୍ତି ବିଜେପି ପ୍ରାର୍ଥୀ।

ଅପରପକ୍ଷେ ଟିଏମସି ନେତାଙ୍କ ଘର ବାହାରୁ ଇଭିଏମ୍ ମେସିନ୍ ମିଳିବା ପରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦାୟିତ୍ବରେ ଥିବା ଜଣେ ସେକ୍ଟର ଅଫିସରଙ୍କୁ ସସପେଣ୍ଡ କରାଯାଇଛି। ଏନେଇ ନିର୍ବାଚନ ଆୟୋଗ କହିଛି ଯେ, ଏହା ଗୋଟିଏ ରିଜର୍ଭ ଇଭିଏମ୍ ଥିଲା, ଯାହାକି ଭୋଟିଂରେ ବ୍ୟବହାର ହୋଇନଥାନ୍ତା। ସେକ୍ଟର ଅଫିସର ତପନ ସରକାର ଇଭିଏମ୍ ନେଇ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଶୋଇବାକୁ ଯାଇଥିଲେ, ଯାହାକି ନିୟମର ଉଲ୍ଲଙ୍ଘନ।

ପଶ୍ଚିମବଙ୍ଗରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ଆଜି ମୋଟ ୩୧ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଏହି ମଧ୍ୟରେ ବିଜେପି ଏବଂ ଟିଏମସି ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଗଲାଣି।

Leave A Reply

Your email address will not be published.