Odisha Link
Bridging the Missing Links in Odisha

ଅଣାୟତ୍ତ କରୋନା, ଦିନକରେ ୫୮୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଅଣାୟତ୍ତ ହେଲାଣି କରୋନା। ରାଜ୍ୟରେ ଦିନକୁ ଦିନ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।ଗତ ୨୪ ଘଣ୍ଟାରେ ରାଜ୍ୟରୁ ୫୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୩୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪୬ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୫ ଜଣ, ବାଲେଶ୍ୱରରୁ ୧୩ ଜଣ, ବରଗଡ଼ରୁ ୨୧, ଭଦ୍ରକରୁ ୯ ଜଣ, ବଲାଙ୍ଗିରରୁ ୧୧ ଜଣ, କଟକରୁ ୩୦ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୬ ଜଣ, ଗଜପତିରୁ ଜଣେ, ଗଞ୍ଜାମରୁ ୨୭ ଜଣ, ଜଗତସିଂହପୁରରୁ ୩ ଜଣ, ଯାଜପୁରରୁ ୧୫ ଜଣ, ଝାରସୁଗୁଡ଼ାରୁ ୩୧ ଜଣ, କଳାହାଣ୍ଡିରୁ ୬୪ ଜଣ, କନ୍ଧମାଳରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

କେନ୍ଦୁଝରରୁ ୨ ଜଣ, କୋରାପୁଟରୁ ୯ ଜଣ, ମୟୂରଭଞ୍ଜରୁ ୯ ଜଣ, ନବରଙ୍ଗପୁରରୁ ୮ ଜଣ, ନୟାଗଡ଼ରୁ ୭ ଜଣ, ନୂଆପଡ଼ାରୁ ୨୯ ଜଣ, ପୁରୀରୁ ୨୪ ଜଣ, ରାୟଗଡ଼ାରୁ ୬ ଜଣ, ସମ୍ବଲପୁରରୁ ୨୮ ଜଣ, ସୋନପୁରରୁ ୧୧ ଜଣ, ସୁନ୍ଦରଗଡ଼ରୁ ୮୪ ଜଣ ଓ ଷ୍ଟେଟ୍ ପୁଲରୁ ୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏଥିସହ ରାଜ୍ୟରେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୩ ହଜାର ୮୫୬କୁ ବୃଦ୍ଧି ପାଇଛି। ୩ ଲକ୍ଷ ୩୮ ହଜାର ୧୫୦ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ୧୯୨୨ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କରୋନାର ୩୭୩୧ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି।

Leave A Reply

Your email address will not be published.