Odisha Link
Bridging the Missing Links in Odisha

ପାଣିକୋଇଲି ଥାନାରେ ପୁଲିସ୍‌ କର୍ମୀଙ୍କ ନାଚର ଆସର, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଯାଜପୁର: ସରିଛି ରଙ୍ଗର ପର୍ବର ହୋଲି। ହେଲେ ସରିନାହିଁ ଚର୍ଚ୍ଚା। ସୋସିଆଲ ମିଡିଆରେ ଘୁରି ବୁଲୁଛି ନାଗିନ୍‌ ଡ୍ୟାନ୍ସ ଭିଡିଓ। ଭିଡିଓକୁ ନେଇ ଏତେ ଚର୍ଚ୍ଚା ହେଉଛି କାରଣ ଥାନାରେ ନାଗିନ୍‌ ଡ୍ୟାନ୍ସ କରିଛନ୍ତି ପୁଲିସ୍‌ କର୍ମୀ। ଏମିତି ଏକ ଖବର ଆସିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନାରୁ।

ଦଶରଥପୁର ବ୍ଲକ୍‌ ଅନ୍ତର୍ଗତ ଝୁମ୍ପୁରି ବିଟ୍‌ ହାଉସ୍‌ର ଜଣେ ପୁଲିସ୍‌ ଅଧିକାରୀ ମହିଳାଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ଆସିଛି। ଏହା ପୁଲିସ୍‌ ପ୍ରଶାସନର ଭାବମୂର୍ତ୍ତିରେ ଆଞ୍ଚ ଆଣିଛି । ଏସ୍‌ପି ଅଫିସ୍‌ ସମ୍ମୁଖରେ ଅବସ୍ଥିତ ପାଣିକୋଇଲି ଥାନା ପରିସରରେ ହୋଲିଦିନ ନାଗିନୀ ଡ୍ୟାନ୍ସରେ ଯେଭଳି ଆଇଆଇସି ଠାରୁ ହୋମଗାର୍ଡ ପର୍ଯ୍ୟନ୍ତ ମସଗୁଲ ହୋଇ ନାଚିଥିଲେ ତାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି ।

ପୁଲିସ୍‌ ପୋଷାକରେ ଆଉ ଥାନା ଭିତରେ ପୁଲିସ୍‌ କର୍ମୀଙ୍କ ନାଚଗୀତର ଆସରକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ। ମିଳିଥିବା ସୂଚନା ମୁତାବିକ ଏସବୁ ଦୃଶ୍ୟ ହୋଲି ଦିନର। ପୁଲିସ୍‌ କର୍ମୀ ମାନେ ହୋଲି ଖେଳି ସାରିବା ପରେ ଏଭଳି ନାଚଗୀତରେ ମସଗୁଲ ଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି।

Leave A Reply

Your email address will not be published.