Odisha Link
Bridging the Missing Links in Odisha

ବଢ଼ୁଛି ସଂକ୍ରମଣ, ରାଜ୍ୟ ଯୋଗାଣ ନିଗମ ଅଫିସ ସିଲ୍ କଲା ବିଏମ୍‌ସି

ରବିବାର ଷ୍ଟେଟବ୍ୟାଙ୍କର ମୁଖ୍ୟ ଶାଖାକୁ ମଧ୍ୟ ବିଏମସି ସିଲ୍ କରିଥିଲା

ଭୁବନେଶ୍ବର: ରାଜ୍ୟରେ ଦିନିକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ନୟାପଲ୍ଲୀସ୍ଥିତ ରାଜ୍ୟ ଯୋଗାଣ ନିଗମ ଅଫିସରେ ୬ ଜଣ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହେବା ପରେ କାର୍ଯ୍ୟାଳୟକୁ ସିଲ୍‌ କରିଦେଇଛି ବିଏମସି।

ବିଏମସି ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ଯୋଗାଣ ନିଗମ ଅଫିସରେ ୬ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ନିଗମର ସମସ୍ତ କର୍ମଚାରୀଙ୍କର ଆରଟିପିସିଆର କୋଭିଡ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଆସ୍ତା ୪୮ ଘଣ୍ଟା ପାଇଁ ସିଲ୍‌ କରିବା ସହ ଅଫିସ୍‌ ପରିସରକୁ ସାନିଟାଇଜ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ରବିବାର ଷ୍ଟେଟବ୍ୟାଙ୍କର ମୁଖ୍ୟ ଶାଖାକୁ ମଧ୍ୟ ବିଏମସି ସିଲ୍ କରିଥିଲା। ବିମାନବନ୍ଦର ଓ ରେଳଷ୍ଟେସନରେ ଚଳାଚଳ ନିମନ୍ତେ କୌଣସି କଟକଣା ନଥିବାରୁ ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ବିଏମସି ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.